ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ଟ୍ରକ ଚାଳକ ମୃତ Angul OnlineMarch 14, 2021March 14, 2021 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଡେରେଙ୍ଗସ୍ଥିତ ଜେଆଇଟିପିଏଲ ଫାଟକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ତାଳଚେର ଲିଙ୍ଗରାଜ କୋଇଲା ଖଣିରୁ କଣିହାଁ ଡେରେଙ୍ଗସ୍ଥିତ ଜେଆଇଟିପିଏଲ ପ୍ଲାଣ୍ଟକୁ (ଓଡ଼ି ୧୯ଏଫ – ୮୭୦୧) ନମ୍ବର ଟ୍ରକ ଯୋଗେ କୋଇଲା ବୋଝେଇ କରି ଗତକାଲି ବିଳମ୍ବିତ ରାତିରେ ଡେରେଙ୍ଗ ପ୍ଲାଣ୍ଟ ନିକଟରେ ପହଞ୍ଚିଥିଲା । ପ୍ଲାଣ୍ଟ ଫାଟକ ନିକଟରେ ଟ୍ରକରୁ କୋଇଲା ଖାଲି କରିବା ପୂର୍ବରୁ ଟ୍ରକର ଚାଳକ ଦୁଃଖ ବନ୍ଧୁ ପାତ୍ର ରାସ୍ତାରେ ଛିଡା ହୋଇ ନିଜ ଟ୍ରକରୁ ପାଲ ଖୋଲୁଥିଲେ । ଏହି ସମୟରେ ସେହି ରାସ୍ତାରେ ଯାଉଥିବା ଅନ୍ୟ ଏକ ଗାଡି ଦୁଃଖ ବନ୍ଧୁ ପାତ୍ରଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଃଖବନ୍ଧୁଙ୍କ ମୃତ୍ୟୁ ହୋଇଥିଲା । ମୃତ ଚାଳକଙ୍କ ଘର ଢେଙ୍କାନାଳ ଜିଲ୍ଲା ବଳରାମପୁର ଗ୍ରାମରେ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି । https://angulonline.com/odia/wp-content/uploads/2021/03/WhatsApp-Video-2021-03-14-at-14.25.31.mp4 Advertisement
ଏସ.ପି. ଅଫିସ ସମ୍ମୁଖରୁ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆଜି ସକାଳୁ ଏକ ମୃତଦେହ ଉଦ୍ଧାର ହୋଇଛି । ଜାତୀୟ ରାଜପଥ ୫୫ କଡରେ ଥିବା…
ବାଲକୋନୀରୁ ପଡି ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ପ୍ରଗତିନଗର ଠାରେ ଶନିବାର ସକାଳ ପ୍ରାୟ ସାଢେ଼ ଆଠଟା ସମୟରେ ଜଣେ ପରିବା ବ୍ୟବସାୟୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ପରିବାର…
ଆସପଣ୍ଡ ପୋଖରୀରେ ବୁଡିଗଲେ ଯୁବକ କଣିହାଁ – ଅନୁଗୁଳ ଜିଲ୍ଲା ତାଳଚେର କଣିହାଁ ଥାନା ଏନଟିପିସି ଆସପଣ୍ଡ ପୋଖରୀରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ପୋଖରୀକୁ ଶୌଚ ହେବାକୁ…