ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ଟ୍ରକ ଚାଳକ ମୃତ Angul OnlineMarch 14, 2021March 14, 2021 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଡେରେଙ୍ଗସ୍ଥିତ ଜେଆଇଟିପିଏଲ ଫାଟକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ତାଳଚେର ଲିଙ୍ଗରାଜ କୋଇଲା ଖଣିରୁ କଣିହାଁ ଡେରେଙ୍ଗସ୍ଥିତ ଜେଆଇଟିପିଏଲ ପ୍ଲାଣ୍ଟକୁ (ଓଡ଼ି ୧୯ଏଫ – ୮୭୦୧) ନମ୍ବର ଟ୍ରକ ଯୋଗେ କୋଇଲା ବୋଝେଇ କରି ଗତକାଲି ବିଳମ୍ବିତ ରାତିରେ ଡେରେଙ୍ଗ ପ୍ଲାଣ୍ଟ ନିକଟରେ ପହଞ୍ଚିଥିଲା । ପ୍ଲାଣ୍ଟ ଫାଟକ ନିକଟରେ ଟ୍ରକରୁ କୋଇଲା ଖାଲି କରିବା ପୂର୍ବରୁ ଟ୍ରକର ଚାଳକ ଦୁଃଖ ବନ୍ଧୁ ପାତ୍ର ରାସ୍ତାରେ ଛିଡା ହୋଇ ନିଜ ଟ୍ରକରୁ ପାଲ ଖୋଲୁଥିଲେ । ଏହି ସମୟରେ ସେହି ରାସ୍ତାରେ ଯାଉଥିବା ଅନ୍ୟ ଏକ ଗାଡି ଦୁଃଖ ବନ୍ଧୁ ପାତ୍ରଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଃଖବନ୍ଧୁଙ୍କ ମୃତ୍ୟୁ ହୋଇଥିଲା । ମୃତ ଚାଳକଙ୍କ ଘର ଢେଙ୍କାନାଳ ଜିଲ୍ଲା ବଳରାମପୁର ଗ୍ରାମରେ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି । https://angulonline.com/odia/wp-content/uploads/2021/03/WhatsApp-Video-2021-03-14-at-14.25.31.mp4 Advertisement
ଶାଳିଆପତନିକୁ ଗିଳି ନାଗ ମଲା ଅନୁଗୁଳ – ଖାଦ୍ୟ ଲୋଭରେ ଏକ ବଡ ଶାଳିଆପତନିକୁ ଗିଳି ଏକ ପାଞ୍ଚ ଫୁଟର ନାଗ ସାପର ମୃତ୍ୟୁ ହୋଇଛି । ଏଭଳି ଘଟଣା ଅନୁଗୋଳ ସହର…
ହାଇୱା ଧକ୍କାରେ ଭାଇ ମୃତ , ଭଉଣୀ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ସ୍କୁଲ ସାହିଠାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଭାଇର ମୃତ୍ୟୁ ଘଟିଥିବା ବେଳେ ଭଉଣୀ ଗୁରୁତର…
ଷ୍ଟେସନ ଯିବା ବାଟରୁ ଯୁବତୀ ନିଖୋଜ ତାଳଚେର – ଭୁବନେଶ୍ବର ଯିବାକୁ ଆସି ତାଳଚେର ଷ୍ଟେସନ ଯିବା ବାଟରୁ ନିଖୋଜ ହେଲେ ଯୁବତୀ । ଭୁବନେଶ୍ବରରେ ଏକ ଘରୋଇ କମ୍ପାନୀରେ କାମ କରି ଘରକୁ…