ମୁଖ୍ୟ ଖବର ପୋଖରୀରେ ବୁଡି ଦୁଇ ନାବାଳକ ମୃତ Angul OnlineMarch 16, 2021March 16, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ଗାଁ ମଠ ପୋଖରୀରେ ବୁଡି ଦୁଇଜଣ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ଦୁଇଜଣ ହେଲେ ସେହି ଗାଁର ବିଦ୍ୟାଧର ବେହେରା ଓ ସ୍ଵାଧିନ ସାମଲ । ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ଉଭୟ ମଠ ପୋଖରୀକୁ ଗାଧୋଇ ଯାଇଥିଲେ । ତେବେ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ଅପରାହ୍ନ ପ୍ରାୟ ୪ ଟା ବେଳେ ପୋଖରୀରୁ ଉଭୟଙ୍କ ମୃତଦେହ ଉଦ୍ଧାର କରା ଯାଇଥିଲା । ଏହି ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଖବର ପାଇ ବଅଁରପାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ଘଞ୍ଚ ଜଙ୍ଗଲରେ ମାକୁ ଛାଡି ପଳେଇ ଗଲା ପୁଅ – ଉଦ୍ଧାର କାଲେ ଗ୍ରାମବାସୀ ତାଳଚେର – ପରିଣତ ବୟସରେ ପୁଅ ସାହା ହେବା ବଦଳରେ ମାଆକୁ ନିର୍ଜନ ସ୍ଥାନରେ ଛାଡ଼ି ଚାଲି ଯିବା ଘଟଣା ଅଞ୍ଚଳବାସୀ ଘୋର ନିନ୍ଦା କରିଛନ୍ତି ।…
ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ , ଖୁଣ୍ଟରେ ବାନ୍ଧିଦେଲେ ମହିଳା ଛେଣ୍ଡିପଦା – ବିବାହିତା ମହିଳାଙ୍କୁ ପ୍ରେମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ବିବାହିତ ପ୍ରେମିକାଙ୍କୁ ଦେଖା କରିବାକୁ ଯାଇ ସମ୍ପୃକ୍ତ ଯୁବକଙ୍କୁ ଖୁଣ୍ଟରେ ବନ୍ଧା…
ବାପା-ଝିଅଙ୍କ ଉପରେ ଚଢ଼ିଗଲା ଟ୍ରକ – ଉଭୟ ମୃତ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ ୧୪୯ରେ ମୋଟରସାଇକେଲ ଉପରେ ଟ୍ରକ୍ ଚଢ଼ି ଯିବାରୁ…