ଖେଳ ଓ ଖେଳାଳି ସର୍ବଭାରତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା – ତନିଷ୍କାଙ୍କ ସଫଳତା Angul OnlineMarch 17, 2021March 17, 2021 ତାଳଚେର – ପଶ୍ଚିମବଙ୍ଗର ଆସାନସୋଲଠାରେ ଚାଲିଥିବା ତିନିଦିନିଆ ସର୍ବଭାରତୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେରର ଝିଅ ତନିଷ୍ଠା ସାମନ୍ତ ସଫଳତା ପାଇ ରାଜ୍ୟବାସୀଙ୍କ ପାଇଁ ସୁନାମ ଆଣିଛନ୍ତି । ତନିଷ୍କା ଗୋଟିଏ ରୌପ୍ୟ ଓ ଦୁଇଟି ବ୍ରୋଞ୍ଜ ପଦକ ପାଇବାରେ ଓଡ଼ିଶାରୁ ଏକମାତ୍ର ପ୍ରତିଯୋଗୀ ଅଟନ୍ତି । ରାଜ୍ୟର ୭୦ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ଜଣ ଏହି ବନ୍ଧୁକ ଚାଳନା ପ୍ରତିଯୋଗିତା ପାଇଁ ଚୟନ ହୋଇଥିଲେ । ୫ ଜଣଙ୍କ ମଧ୍ୟରେ ତାଳଚେର ରାଇଫଲ , କୃର ସିଦ୍ଧାର୍ଥ ଗଣେଶ୍ୱର ଓ ସବିଂଶ ମିଶ୍ର ସର୍ବଭାରତୀୟ ବନ୍ଧୁକ ଚାଳନା ପାଇଁ ଚୟନ ହୋଇଛନ୍ତି । ପୂର୍ବରୁ ମଧ୍ୟ ତନିଷ୍ଠା ବନ୍ଧୁକ ଚାଳନାରେ ରାଜ୍ୟସ୍ତରରେ ସ୍ଵର୍ଣ୍ଣପଦକ ପାଇଛନ୍ତି । ଏମ ଏସିଏଲ ଜଗନ୍ନାଥ ଡିଏଭି ସ୍କୁଲର ନବମ ଶ୍ରେଣୀର ଛାତ୍ରୀ ତନିଷ୍କା ତାଳଚେର ଟାଉନ୍ ବଜାର ଅଞ୍ଚଳରେ ଭୁବନେଶ୍ଵର ସାମନ୍ତଙ୍କ କନ୍ୟା ଅଟନ୍ତି । Advertisement
ଅନୁଗୁଳ କପ୍ କ୍ରିକେଟ – ୟୁନିଅନ ସ୍ପୋଟିଂ ଚମ୍ପିୟାନ ଅନୁଗୁଳ – ଅନୁଗୁଳ କଦମ ପଡିଆ ଠାରେ ଚାଲିଥିବା ଅନୁଗୁଳ କପ କ୍ରିକେଟ ୨୦୨୨ ର ଫାଇନାଲ୍ ମ୍ୟାଚ୍ ଅନୁଗୁଳ କ୍ରିକେଟ କ୍ଲବ୍ ଓ ୟୁନିଅନ୍ ସ୍ପୋଟିଂ…
ଶୁଟିଂରେ ତନିଷ୍କାଙ୍କୁ ରୋପ୍ୟ ଏବଂ କାଂସ୍ୟ – ସମ୍ବର୍ଦ୍ଧିତ କଲେ ବିଧାୟକ ତାଳଚେର – ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ପାଇଁ ଗର୍ବ ଓ ଗୌରବ ଆଣିଲେ ତାଳଚେର ରାଇଫଲ କ୍ଲବର ତନିଷ୍କା ସାମନ୍ତଙ୍କ ସମେତ ପାଞ୍ଚଜଣ ପ୍ରତିଯୋଗୀ ।…
ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ – ସେମିଫାଇନାଲରେ ମୁହାଁମୁହିଁ ହେବେ ମୁମ୍ବାଇ, ଗୋଆ, ତେଲେଙ୍ଗାନା ଓ ରାଜସ୍ଥାନ ଅନୁଗୁଳ – ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ ଜାତୀୟ ଫୁଟବଲ…