ବିଶୃଙ୍ଖଳିତ ଆଚରଣ ଦର୍ଶାଇ ଓକିଲଙ୍କୁ ସଂଘରୁ ନିଲମ୍ବନ

ଅନୁଗୁଳ – ଅନୁଗୁଳ ଓକିଲ ସଂଘର ସଦସ୍ୟ ଅନିରୁଦ୍ଧ ଦାସଙ୍କୁ ଓକିଲ ସଂଘରୁ ନିଲମ୍ବନ କରା ଯାଇଛି । ଓକିଲ ସଂଘ ବିରୋଧୀ ଓ ବିଶୃଙ୍ଖଳିତ କାର୍ଯ୍ୟ କଳାପ ପାଇଁ ଆଜି (୦୧.୦୮.୨୦୨୫) ତାଙ୍କୁ ନିଲମ୍ବନ କରା ଯାଇଥିବା ଓକିଲ ସଂଘ ସଭାପତି ହିମାଂଶୁ ଭୂଷଣ ସାମଲ ଗଣମାଧ୍ୟମକୁ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ସଂଘ ପକ୍ଷରୁ ଦିଆ ଯାଇଥିବା ପ୍ରେସ ବିଜ୍ଞପ୍ତି ଅନୁସାରେ ଅନିରୁଦ୍ଧ ଦାସ ସହରର ବିଭିନ୍ନ ଉନ୍ନତି ମୁଳକ କାମର ବିରୋଧ କରିଥାନ୍ତି । ପୁର୍ବରୁ ସେ ଓକିଲ ନ ଥିବା ବେଳେ ଅନୁଗୁଳ କୋର୍ଟ କୋଠା ନିର୍ମାଣ ବେଳେ ବିନା କାରଣରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାଖଲ କରି କୋର୍ଟ କୋଠା ନିର୍ମାଣରେ ବାଧକ ସାଜି ଥିଲେ । ତାଙ୍କ ମାମଲା ଯୋଗୁଁ କୋଠା ନିର୍ମାଣରେ ପ୍ରାୟ ଏକ ବର୍ଷ ବନ୍ଦ ହୋଇରହିଥିଲା । ଗତ ତା ୨୬ ତାରିଖ ଦିନ କୋର୍ଟର ବାର ଅଫିସ କୋଠା ନିର୍ମାଣ କାର୍ଯ୍ୟରେ ମଧ୍ୟ ବାଧା ଉପୁଜାଇ ଆମ ସଂଘର ଉପ-ସଭାପତିଙ୍କୁ ଦୁର୍ବ୍ଯବହାର ପ୍ରଦର୍ଶନ କରିବା ସହିତ ମାଡ ମଧ୍ୟ ମାରିଛନ୍ତି । ତାଙ୍କର ଏହି ଭଳି ସଂଘ ବିରୋଧି କାର୍ଯ୍ୟ ଓ ବିଶୃଙ୍ଖଳିତ କାର୍ଯ୍ୟ ଯୋଗୁଁ ଆଜି ଅନୁଗୁଳ ବାର ଆସୋସିଏସନ ଠାରେ ଏକ ଜରୁରୀ କାଳିନ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସମସ୍ତ ସଦସ୍ୟଙ୍କ ସମ୍ମତି ପରେ ସଦସ୍ୟ ଅନିରୁଦ୍ଧ ଦାସଙ୍କୁ ନିଲମ୍ବନ କରା ଯାଇଛି । ଏଥି ସହିତ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ଏକ କମିଟି ଗଠନ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *