ଶିକ୍ଷକ ପଦବୀ ପୂରଣ ଦାବିରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଅନୁଗୁଳ – ଅନୁଗୁଳ ବ୍ଲକ ଅନ୍ତର୍ଗତ ପୋକତୁଙ୍ଗା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ଦାବିରେ ଆଜି ଶତାଧିକ ଛାତ୍ରଛାତ୍ରୀ ଏବଂ ଅଭିଭାବକ ବିଦ୍ୟାଳୟ ସମ୍ମୁଖରେ ବସି ଧାରଣା ଦେଇଥିଲେ । ମୁଖ୍ୟତଃ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ଜଣେ ହିନ୍ଦୀ ଶିକ୍ଷକ ଆବଶ୍ୟକ ଥିବାବେଳେ ଏ ନେଇ ବିଭିନ ସମୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ମାତ୍ର ଗ୍ରାମବାସୀ ଓ ଅଭିଭାବକଙ୍କ ନିବେଦନ ପରେ ଜଣେ ଶିକ୍ଷୟତ୍ରୀଙ୍କୁ ଡେପୁଟେସନରେ ତିନି ଦିନ ପାଇଁ ପଢ଼ାଇବା ପାଇଁ ନିର୍ଦେଶ ଦେଇଥିଲେ ଜିଲ୍ଲା ଶିକ୍ଷାଧିକାରୀ । ମାତ୍ର ଜଣେ ସ୍ଥାୟୀ ହିନ୍ଦୀ ଶିକ୍ଷକ ସହ ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ଶିକ୍ଷାଦାନ ପାଇଁ ଅଵଶ୍ୟକୀୟ ଶିକ୍ଷକ ପଦଵୀ ପୂରଣ ପାଇଁ ଦାବି କରି ଅଭିବିଭାବକ ଓ ଛାତ୍ରଛାତ୍ରୀ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲେ । ଘଟଣା ବିଷୟରେ ଖବର ପାଇ ବରିଷ୍ଠ ଶିକ୍ଷାଧିକାରୀ ବିଦ୍ୟାଳୟରେ ପହଁଚି ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନରୁ ନିବୃତ କରିବା ସହ ସମସ୍ୟାର ସମାଧାନ ନିମନ୍ତେ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *