ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜକୁ ୧୦୦ ଆସନ ଅନୁମୋଦିତ, ୨୦୨୫-୨୬ରୁ ନାମ ଲେଖା

ଅନୁଗୁଳ – ଅନୁଗୁଳ ଜିଲ୍ଲାର ବହୁ ପ୍ରତିକ୍ଷିତ ତାଳଚେରର ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜକୁ MBBS ପାଇଁ ୧୦୦ ଆସନ ଅନୁମୋଦିତ ହୋଇଛି । ୨୦୨୫-୨୬ ଶିକ୍ଷା ବର୍ଷରୁ ଏହି ମେଡ଼ିକାଲ କଲେଜ ପାଇଁ ପାଠ ପଢ଼ା ଆରମ୍ଭ ହେବ । ନାମଲେଖା ପାଇଁ ଅନୁମୋଦନ ମିଳିବା ପରେ ଏହି ଅନୁଷ୍ଠାନ ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

ଆଜି ଓଡ଼ିଶାର ଆଉ ଦୁଇଟି ସରକାରୀ ମେଡିକାଲ କଲେଜ ପାଇଁ ୨୦୦ ଆସନ ଅନୁମୋଦିତ ହୋଇଛି। ଜାତୀୟ ମେଡିକାଲ କମିଶନ୍ ଏହି ମଞ୍ଜୁରୀ ଦେଇଛନ୍ତି।ଫୁଲବାଣୀ ସରକାରୀ ମେଡିକାଲ କଲେଜ ପାଇଁ ୧୦୦ ଟି ସିଟ୍ ଅନୁମୋଦିତ ହୋଇଥିବା ବେଳେ, ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜ ପାଇଁ ମଧ୍ୟ ୧୦୦ ଟି ସିଟ୍ ଅନୁମୋଦିତ ହୋଇଛି।ଚଳିତ ୨୦୨୫-୨୬ ଶିକ୍ଷା ବର୍ଷରୁ ପାଠ ପଢା ଆରମ୍ଭ ହେବ । ଜାତୀୟ ମେଡିକାଲ କମିଶନ୍ ଦ୍ଵାରା ଏହି ମଞ୍ଜୁରୀ ପରେ ଅନୁଗୁଳ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି । ସବୁ ମହଲରୁ ଏହାକୁ ସ୍ୱାଗତ କରିବା ସହ ଏହାଦ୍ୱରା ଅନୁଗୁଳବାସୀ ବେଶ ଉପକୃତ ହେବେ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page