ଦୁଇ ଛୁଆଙ୍କୁ ବିଷ ପିଆଇଦେଲା ବାପା

ଅନୁଗୁଳ – ପାରିବାରିକ କଳହରୁ ଦୁଇ ଛୁଆକୁ ବିଷ ଦେଲା ବାପା । ଗୁରୁତର ଅବସ୍ଥାରେ ଦୁଇ ନବାଳକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଗ୍ରାମବାସୀ । ଅବସ୍ଥାରେ ସୁଧାର ନ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । 

ସୂଚନା ଅନୁସାରେ , ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଗାଁର କାଳୀ ଚରଣ ପ୍ରଧାନଙ୍କ ଦୁଇ ପୁଅ ବଡ ନୀଳ ମାଧବ ପ୍ରଧାନ (୧୨) ଏବଂ ସାନ ଜିଜ୍ଞାସୁ ପ୍ରଧାନ (୮) । ଉଭୟ ଆଜି ସ୍କୁଲ ଯାଇଥିବା ବେଳେ ,ଦିନ ୧୨ ଟା ବେଳେ ଦୁଇ ପୁଅକୁ ବାପା କାଳୀ ଚରଣ ପ୍ରଧାନ ସ୍କୁଲରୁ ଡାକି ନେଇଥିଲା ।।ଉଭୟଙ୍କୁ ନେଇ ବନ୍ତଳା ଥାନା ଅଞ୍ଚଳର ନୂଆକ୍ଷେତା ଜଙ୍ଗଲରେ ଦୁଇ ଛୁଆକୁ ସାଙ୍ଗରେ ନେଇ ଯାଇଥିବା ଘାସ ମରା ବିଷ ଦେଇ ଥିଲା ବାପା ।

ଏ ଘଟଣା ଗ୍ରାମବାସୀ ଦେଖି ଦୁଇ ଛୁଆ କୁ ଉଦ୍ଧାର କରି ପ୍ରଥମେ ବନ୍ତଳା ଚିକିତ୍ସାଳୟରେ ଭର୍ତି କରିଥିଲେ । ଦୁଇ ଛୁଆଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସଙ୍ଗେ ସଙ୍ଗେ ଗ୍ରାମବାସୀ ଏକ କାର ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ । ପରେ ସେମାନଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ପୁଲିସ ବାପା କାଳୀ ଚରଣକୁ ଅଟକ ରଖି ପଚରାଉଚରା କରୁଥିବା ଜଣା ପଡ଼ିଛି । କାଳୀ ଚରଣଙ୍କ ମାନସିକ ଅବସ୍ଥା ଭଲ ନଥିବା ଜଣା ପଡ଼ିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page