ଅନୁଗୁଳ – ଅନୁଗୁଳ ଥାନା ଶିକ୍ଷକପଡାରୁ ନକଲି ମଦ କାରଖାନା ଠାବ କରା ଯାଇଥିବା ବେଳେ ବିପୁଳ ପରିମାଣର ନକଲି ମଦ ଜବତ ।

ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ଅପରେସନ ପ୍ରହାର ଚାଲିଛି । ଏହି ଅପରେସନ ବେଳେ ଅନୁଗୁଳ ସ୍ପେଶାଲ ସ୍କ୍ବାର୍ଡ ଶିକ୍ଷକପଡାରେ ଏକ ନକଲି ମଦ କାରଖାନା ଚାଲିଥିବା ଖବର ପାଇଥିଲା । ଖବର ପାଇ ଅନୁଗୁଳ ସ୍ପେସିଆଲ ସ୍କ୍ବାର୍ଡ ଓ ଅନୁଗୁଳ ଟାଉନ ଥାନା ପୁଲିସ ଶିକ୍ଷକପଡାର ଏକ ଭଡା ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଏଠାରେ ନକଲି ମଦ ପ୍ରାୟ ୪୦୦ ଲିଟରରୁ ଅଧିକ , ମଦ ଠିପି ପ୍ରାୟ ୧୫ ବସ୍ତା , ସ୍ପିରିଟ 20 ଟି ଜାରକିନ , ବିପୁଳ ପରିମାଣର ଲେବଲ ଷ୍ଟିକର ଜବତ କରାଯାଇଛି । ଚଢ଼ାଉ ସମୟରେ କାରଖାନାର ମାଲିକ ଫେରାର ହୋଇ ଯାଇଥିବା ବେଳେ ଦୁଇ ଜଣ କର୍ମଚାରୀ ଅଟକ ଅଛନ୍ତି । ତେବେ ଶିକ୍ଷକପଡାର ଏହି ଜାଗା ବ୍ୟତୀତ ମହିଧରପୁର ନିକଟ କଂସରା ଠାରେ ମଧ୍ୟ ପୁଲିସ ରେଡ଼ କରୁଛି । ସେଠାରେ ମଧ୍ୟ ବିପୁଳ ପରିମାଣର ମଦ ଜବତ ହୋଇଛି ।