ଅନୁଗୁଳରେ ଏବେ ନାହିଁ ବାଘ ଭୟ – ଢେଙ୍କାନାଳରେ ମିଳିଛି ପାଦ ଚିହ୍ନ

ଅନୁଗୁଳ – ଗତ କିଛିଦିନ ହେଲା ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକ ମହାବଳ ବାଘର ପାଦ ଚିହ୍ନ ମିଳିଥିଲା । ଯାହାକୁ ନେଇ ଅଞ୍ଚଳରେ ଏକ ପ୍ରକାର କୋକୁଆ ଭୟ ଖେଳି ଯାଇଥିଲା । ତେବେ ବର୍ତ୍ତମାନ ପାଇଁ ଆଉ ଜିଲ୍ଲାରେ ବାଘ ଭୟ ନାହିଁ । ଅନୁଗୁଳ ଜିଲ୍ଲାରୁ ଯାଇ ଏବେ ଢେଙ୍କାନାଳ ଜିଲ୍ଲାରେ ବିଚରଣ କରୁଥିବା ପାଦ ଚିହ୍ନରୁ ସ୍ପଷ୍ଟ ହୋଇଥିବା ଅନୁଗୁଳ ଡି.ଏଫ.ଓ. ନୀତିଶ କୁମାର ସୂଚନା ଦେଇଛନ୍ତି ।


ସୂଚନା ଅନୁସାରେ , ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ଆମ୍ଭପାଳ , ଖଙ୍ଗୁରିଆ , କଣିହାଁ ଆଦି ଅଞ୍ଚଳରେ ଏକ ମହାବଳ ବାଘର ପାଦ ଚିହ୍ନ ମିଳିଥିଲା । ବାଘର ପାଦ ଚିହ୍ନ ମିଳିବା ଖବର ଜଣା ପଡିବା ପରେ ସାଧାରଣରେ ଭୟ ସୃଷ୍ଟି ହୋଇଥିଲା । ମୁଖ୍ୟତଃ ସାମାଜିକ ଗଣମାଧ୍ୟମରେ ବାଘ ବୁଲୁଥିବାର ମିଛ ଫଟୋ ଓ ଭିଡିଓ କିଛି ଲୋକ ଭାଇରାଲ କରିଥିଲେ । ଯାହାକୁ ନେଇ ସାଧାରଣରେ ବେଶି ଭୟ ସୃଷ୍ଟି କରିଥିଲା । ବନ ବିଭାଗ ବାଘର ପାଦ ଚିହ୍ନ ମିଳିବା ପରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ସହ ବିଭିନ୍ନ ସ୍ଥାନରେ କ୍ୟାମେରା ଖଞ୍ଜି ବାଘକୁ ଟ୍ରାକ କରିବାକୁ ଚେଷ୍ଟା କରିଥିଲା । ତେବେ କିଛିଦିନ ବ୍ୟବଧାନରେ ବାଘର ପାଦଚିହ୍ନ ଢେଙ୍କାନାଳ ଜିଲ୍ଲାରେ ଦେଖିବାକୁ ମିଳିଛି । ଢେଙ୍କାନାଳ ଜିଲ୍ଲା ଅନନ୍ତପୁର ରିଜର୍ଭ ଫରେଷ୍ଟର ମୁକ୍ତାପଶି ଜଙ୍ଗଲରେ ଏହି ବାଘର ପାଦଚିହ୍ନ ଠାବ ହୋଇଥିବା ଅନୁଗୁଳ ଡି.ଏଫ.ଓ. ନୀତିଶ କୁମାର  ସୂଚନା ଦେଇଛନ୍ତି । ଏଣୁ ବାହାର ରାଜ୍ୟରୁ ପଳାଇ ଆସିଥିବା ଏହି ମହାବଳ ବାଘ ଅନୁଗୁଳ ଜିଲ୍ଲା ଅତିକ୍ରମ କରି ଢେଙ୍କାନାଳ ଜିଲ୍ଲାରେ ଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଢେଙ୍କାନାଳ ବନ ବିଭାଗ ମଧ୍ୟ ବାଘକୁ ଟ୍ରାକ କରିବାକୁ ଚେଷ୍ଟା କରୁଛି । ତେବେ ଢେଙ୍କାନାଳ ଜିଲ୍ଲାରେ ବାଘର ପାଦଚିହ୍ନ ମିଳିବା ପରେ ଅନୁଗୁଳ ଜିଲ୍ଲାରେ ବର୍ତ୍ତମାନ ପାଇଁ ବାଘ ଭୟ ଆଉ ନାହିଁ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page