ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ନାଉପଦା ଗାଁରେ ଶଳାର ଆକ୍ରମଣରେ ଭିଣୋଇଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଜରପଡ଼ା ଥାନା ଅନ୍ତର୍ଗତ ନାଉପଦା ଗ୍ରାମର ବାଞ୍ଛାନିଧି ନାଏକଙ୍କ ପୁଅ ଅଜୟ ନାଏକ ।
ସୂଚନା ଅନୁସାରେ, ଗତ ସୋମବାର ଦିନ ବାଲିପଟା ଗ୍ରାମର ସମ୍ପର୍କୀୟ ଶଳା ପ୍ରବିଣ କୁମାର ତାଙ୍କ ଭିଣୋଇ ଅଜୟଙ୍କୁ କୌଣସି କାମରେ ଘରୁ ମୋଟରସାଇକେଲ ଯୋଗେ ଡାକି କରି ନେଇ ଯାଇଥିଲେ । ଅଜୟ ମଙ୍ଗଳବାର ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଅଜୟକୁ ଖୋଜିଥିଲେ। ଖୋଜାଖୋଜି ବେଳେ ଘର ଠାରୁ ଦୁଇ କିଲୋମିଟର ଦୂରରେ ଥିବା ଏକ କେନାଲରେ ଅଜୟ କ୍ଷତବିକ୍ଷତ ହୋଇ ପଡିଥିବା ପରିବାର ଲୋକେ ଦେଖି ଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ ଅଜୟକୁ ଉଦ୍ଧାର କରି ଛେଣ୍ଡିପଦା ଚିକିତ୍ସାଳୟରେ ଭର୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ଅଜୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅଜୟଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଛେଣ୍ଡିପଦା ଥାନାରେ ଶଳା ପ୍ରବିଣ କୁମାର ମାରି ଦେଇଥିବା ଅଭିଯୋଗ କରିଛନ୍ତି । ଛେଣ୍ଡିପଦା ପୁଲିସ ଅଭିଯୋଗ ପାଇବା ପରେ ଶଳା ପ୍ରବିଣ ଓ ଅନ୍ୟ ଜଣଙ୍କୁ ଅଟକ ରଖି ଥିବା ଜଣାପଡ଼ିଛି।

