ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ କୋଇଲା ଖଣିରେ ବେଆଇନ କୋଇଲା ଷ୍ଟକ ସହ କୋଇଲାକୁ ମାଟି ଓ ପଥର ଦର୍ଶାଇ ଲୁଟି ଚାଲିଛନ୍ତି ହଜାର ହଜାର କୋଟି ଟଙ୍କାର କୋଇଲା । ଖାଲି ସେତିକି ନୁହଁ ମୁଣ୍ଡା କୋଇଲାକୁ ଗୁଣ୍ଡ କରି ଚାଲାଣ କରାଯାଉଥିବାର ଅଭିଯୋଗ ଆଣିବା ସହିତ ଭଲ କୋଇଲାକୁ ପଥର କୋଇଲା ଦର୍ଶାଇ ତାହା ଉପରେ ମାଟି ଓ କୋଇଲା ଘୋଡ଼ାଇ ଦେଉଥିବାର ଅଭିଯୋଗ ଆଣିଛନ୍ତି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ।
ସୂଚନା ଅନୁସାରେ ଜଗନ୍ନାଥ କୋଇଲା ଖଣିର ୪ ନମ୍ବର ଷ୍ଟକରେ ଗତକାଲି ସନ୍ଧ୍ୟା ବେଳେ ଏମ୍ଏସ୍ ବିଏଲ୍ଏ ନାମକ ଠିକା ସଂସ୍ଥା ଡମ୍ଫର ମାଧ୍ୟମରେ କୌଣସି ଅନୁମତି ନଥାଇ କୋଇଲା ଗୁଡ଼ିକୁ କୋଲ ଷ୍ଟକ ୪ ନମ୍ବରରେ ଡମ୍ପି କରୁଥିଲେ । ଏହି ଡମ୍ଫିଂ କରିବା ଖବର ପାଇ ଘଟଣା ସ୍ଥଳରେ ତାଳଚେର ବିଧାୟକ ଶ୍ରୀ ପ୍ରଧାନ ପହଞ୍ଚି ଏହାର ସରଜମିନ ଯାଞ୍ଚ କରିଥିଲେ । ତେବେ ଏହି କୋଇଲା ଖଣିର ଷ୍ଟକ ୟାର୍ଡ ଗୋଟିଏ ସ୍ଥାନରେ ରହିଥିବା ବେଳେ ଜଗନ୍ନାଥ ଖଣି ପ୍ରକଳ୍ପ ଅଧିକାରୀଙ୍କ ନିର୍ଦେଶ କ୍ରମେ ଖଣି ଭିତରେ ବିଭିନ୍ନ ସ୍ଥାନରେ କୋଇଲା ଗଦା ଯାଉଥିବାର ଚିତ୍ର ସମ୍ନାକୁ ଆସିଥିଲା । ପରବର୍ତ୍ତି ସମୟରେ ଜଗନ୍ନାଥ କୋଇଲା ଖଣିରେ ଏଭଳି ଘୋଟଲାକୁ ନେଇ ବିଧାୟକ ଗୋପାଳପ୍ରସାଦ ଥନାର ଦ୍ବାରସ୍ଥ ହୋଇଥିଲେ । ପରେ ଉକ୍ତ ଘଟଣାକୁ ନେଇ ସେ ତାଳଚେର ଖଣି ଉପନିର୍ଦେଶକଙ୍କୁ ଅବଗତ କରାଇବା ସହ ଜିଲ୍ଲାପାଳ ଓ ଏସ.ପି. ଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଖବର ପାଇ ତାଳଚେର ଖଣି ଉପ ନିଦେର୍ଶକ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କିଛି କୋଇଲା ଖଣ୍ଡକୁ ପରୀକ୍ଷା କରିବା ପାଇଁ ସାଙ୍ଗରେ ନେଇଥିବା ଜଣା ପଡ଼ିଛି। ତେବେ ଦୀର୍ଘ ମାସ ଧରି ଏଭଳି ଖଣି ଭିତରେ ଘୋଟାଲା ହେଉଥିବା ଜଣା ପଡ଼ିଛି । ତେବେ ଏହି କାର୍ଯ୍ୟରେ ଏମସିଏଲ୍ ଜଗନ୍ନାଥ ମହାପ୍ରବନ୍ଧକଙ୍କ ସହିତ ପ୍ରକଳ୍ପ ଅଧିକାରୀ, ଖଣି ପରିଚାଳକ ଏବଂ ଠିକାଦାରଙ୍କ ସହିତ କୋଇଲା ଖଣିର କିଛି ବଡ଼ ବଡ଼ ଅଧିକାରୀଙ୍କ ହାତ ରହିଥିବା ଅଭିଯୋଗ ଆଣିଛନ୍ତି ତାଳଚେର ବିଧାୟକ। ମାସକୁ ମାସ ଏଭଳି ଭାବରେ ହଜାର ହଜାର କୋଟି ଟଙ୍କା ଘୋଟାଲା କରି ନିଜ ପକେଟ ଗରମ କରୁଥିବା ବେଳେ ସରକାର ହରାଉଛନ୍ତି ହଜାର ହଜାର କୋଟି ଟଙ୍କାର ରାଜଶ୍ବ l ଏ ନେଇ ତାଳଚେର ଜଗନ୍ନାଥ କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ଶ୍ରୀକାନ୍ତ କୁମାର ମାଣିକଙ୍କୁ ପଚାରିବାରୁ ସେ ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିବା ବେଳେ ତାଳଚେର ଖଣି ଉପ ନିର୍ଦଶକ ଜଗନ୍ନାଥ କୋଇଲା8 ଖଣିରେ ହୋଇଥିବା କୋଇଲା ଘୋଟାଲା ଉପରେ ତଦନ୍ତ ଆରମ୍ଭ କରିବା ସହିତ ମାଟିରେ ପୋତାଯାଇଥିବା କୋଇଲା ଗୁଡ଼ିକୁ ପରୀକ୍ଷା ପାଇଁ ଅଣାଯାଇଛି। ଏହାର ରିପୋର୍ଟ ଆସିବା ପରେ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଟାନ ହେବା ନେଇ ସୂଚନା ଦେଇଛନ୍ତି ।
ତେବେ ଏହି ଘୋଟାଲାକୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବା ସହ ଘଟଣାରେ ସମ୍ପୃକ୍ତି ରହିଥିବା କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଧାୟକ ।

