ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ – ଅଭିଯୋଗ କଲେ ପରିବାର

ଅନୁଗୁଳ – ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ହତ୍ୟା କରିବା ପରେ ଫେରାର ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ଝିଅର ପରିବାର ଲୋକ ।

ସୂଚନା ଅନୁସାରେ ଅନୁଗୁଳ ଶିମିଳିପଡାର ବାଦଲ ଭଞ୍ଜଙ୍କ ଝିଅ ମିନାକ୍ଷୀ ଆଜକୁ ୬ ବର ତଳେ ରାଜକିଶୋରପଡାର ସିଦ୍ଧାନ୍ତ ସାହୁଙ୍କୁ ମନ୍ଦିର ଓ କୋର୍ଟରେ ପ୍ରେମ ବିବାହ କରିଥିଲେ । ଉଭୟ ବିବାହ ପରେ ତୁରଙ୍ଗ ଅଂଚଳର ଏକ ଭଡା ଘରେ ରହୁଥିଲେ । ତେବେ ବିବାହର ଦୁଇ ବର୍ଷ ପରେ ମିନାକ୍ଷୀଙ୍କ ଉପରେ ନିର୍ଯ୍ୟାତନା ଆରମ୍ଭ ହୋଇ ଯାଇଥିଲା । ମା ଓ ଭଉଣୀ କଥାରେ ପଡି ଯୌତୁକ ଦାବି କରିବା ସହ ଅନେକ ସମୟରେ ସିଦ୍ଧାନ୍ତ ମାଡପିଟ କରୁଥିଲା । ଏ ସବୁ ସହି ମିନାକ୍ଷୀ ଚଳି ଯାଉଥିବା ବେଳେ ଅନେକ ଥର ଉଭୟ ପରିବାରଙ୍କ ମଧ୍ୟରେ ମିମାଂସା ମଧ୍ୟ ହୋଇଥିଲା।

ତେବେ ଗତକାଲି ମିନାକ୍ଷୀଙ୍କ ମା ସକାଳେ ଫୋନ ଯୋଗେ ମିନାକ୍ଷୀଙ୍କ ସହ କଥା ହୋଇଥିଲେ । ହେଲେ ତାର କିଛି ସମୟ ପରେ ମିନାକ୍ଷୀଙ୍କ ଫୋନ ଆଉ ଲାଗି ନଥିଲା । ଏପରିକି ଜ୍ବାଇଁ ସିଦ୍ଧାନ୍ତଙ୍କ ଫୋନ ମଧ୍ୟ ସ୍ୱିଚ ଅଫ ଥିଲା । ପରେ ସମ୍ପର୍କୀୟଙ୍କ ସହାୟତାରେ ଝିଅ ରହୁଥିବା ସ୍ଥାନକୁ ଆସି ଦେଖିଲା ବେଳକୁ ମିନାକ୍ଷୀଙ୍କ ରକ୍ତ ଜୁଡୁବୁଡୁ ଶରୀର ତଳେ ପଡିଥିଲା । ଆଉ ସିଦ୍ଧାନ୍ତ ନଥିବାରୁ , ମିନାକ୍ଷୀଙ୍କୁ ସେ ହତ୍ୟା କରିଥିବା ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ଅନୁଗୁଳ ଟାଉନ ଥାନା ପୁଲିସ ଭଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରୁଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page