ସମଲେଶ୍ବରୀ ଦର୍ଶନ ପାଇଁ ଯିବାବେଳେ ଦୁର୍ଘଟଣା – ୧୭ ଆହତ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଏକ ଦୁର୍ଘଟଣା ହୋଇଛି । ଭୋର୍‌ ସମୟରେ ସମଲେଶ୍ବରୀଙ୍କ ଦର୍ଶନ ପାଇଁ ଯାଉଥିବା ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଗାଡ଼ିରେ ବସିଥିବା ୧୭ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହାୟତାରେ ଉଦ୍ଧାର କରି ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଭୁବନେଶ୍ୱରରୁ ସମ୍ବଲପୁର ମା ସମଲେଶ୍ବରୀଙ୍କୁ ଦର୍ଶନ କରିବା ପାଇଁ ୧୭ ଜଣ ଯାତ୍ରୀଙ୍କୁ ନେଇ ଓଡି ୦୨ ସିଏମ୍‌ ୫୫୭୧ ଏକ ଟୁରିଷ୍ଟ ଗାଡ଼ି ଯାଉଥିଲା । ତେବେ ଲୁହାମୁଣ୍ଡାଠାରେ ଚାଳକ ଭାରସାମ୍ୟ ହରାଇବାରୁ ଗାଡି ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି କିଶୋରନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅସ୍ଥା ଯାଇଥିଲା । ଖବର ପାଇ ବଇଣ୍ଡା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page