ଅନୁଗୁଳ – ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ, ୧୦ ଗୁରୁତର । ଅନୁଗୁଳ ସଦର ଥାନା ଅନ୍ତର୍ଗତ କରଡ଼ାଗାଡ଼ିଆ ଗ୍ରାମରେ ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି । ଗୁରୁତର ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି।
ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ କରଡ଼ାଗାଡ଼ିଆ ଗ୍ରାମରେ ସାଆନ୍ତସାହି ପକ୍ଷରୁ କାର୍ତ୍ତିକେଶ୍ଵର ପୂଜା ଭସାଣି ହେଉଥିଲା। ସେହି ସମୟରେ ବିଶ୍ୱଜିତ୍ ଦେହୁରୀ କୌଣସି କାମରେ ବାହାରକୁ ଯାଇ ଘରକୁ ଫେରି ଥିଲେ। ସେହି ସମୟରେ ଭସାଣି କରୁଥିବା କିଛି ଯୁବକ ବିଶ୍ୱଜିତଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରି ପଳାଇ ଯାଇଥିଲେ। ବିଶ୍ୱଜିତ୍ ଙ୍କ ପରିବାର ଲୋକ କଣ ହେଲା ବୋଲି ବାହାରକୁ ଆସିବାରୁ ପୁଣି ଆଉ କିଛି ଯୁବକ ଆସି ମାରଣାସ୍ତ୍ର ରେ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରି ପଳାଇ ଯାଇଥିଲେ। ଏହି ଆକ୍ରମଣରେ ଗୋଟିଏ ପରିବାର ୧୦ ଜଣ ଗୁରୁତର ହୋଇଥିଲେ। ଖବର ପାଇଁ ସଦର ପୁଲିସ ପହଁଚି ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଗୁରୁତର ମାନଙ୍କ ମୁଣ୍ଡ, ହାତ, ପେଟ, ପିଠି ରେ ଗଭୀର ଆଘାତ ଲାଗିଛି। ଏ ପଟେ ଘଟଣା ସ୍ଥଳ କୁ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।
ବାଇଟ – ଆହତ ।

