ବାରହା ସହ ଦୁର୍ଘଟଣା – ଜଣଙ୍କର ମୃତ୍ୟୁ

ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଦବର ନିକଟରେ ବାରହା ସହିତ ଦୁର୍ଘଟଣା ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଜାମୁନାଳି ଗ୍ରାମର ଧୋବେଇ ସାହୁଙ୍କ ପୁଅ ଡିଲେଶ୍ୱର ସାହୁ (୪୫) । 

ସୂଚନା ଅନୁସାରେ , ଡିଲେଶ୍ୱର ଆଜି ସକାଳ ଦଶଟା ବେଳେ ଘରୁ ମୋଟରସାଇକେଲରେ ଯାଉଥିବା ବେଳେ ବାଦବର ଗ୍ରାମ ନିକଟରେ ଗୋଟିଏ ବାରହା ଶାଳ ବଣରୁ ହଠାତ୍ ବାହାରି ମୋଟରସାଇକେଲ ଆଗ ଚକରେ ପିଟି ହୋଇଥିଲା । ଯାହା ଫଳରେ ମୋଟରସାଇକେଲ ସହିତ ଡିଲେଶ୍ୱର୍ ଛିଟିକି ପଡ଼ିଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ବିନ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ସଦର ପୁଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ବନ ବିଭାଗର କର୍ମଚାରୀ ମାନେମଧ୍ୟ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିବା ସୂଚନା ମିଳିଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page