ହାତୀ ଆକ୍ରମଣରେ ଜଣେ ମୃତ , ଜଣେ ଗୁରୁତର

ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର କଙ୍କିଳି ଗାଁ ନିକଟ‌ ବିଲ ମାଳକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଜଣେ ବୃଦ୍ଧାଙ୍କୁ ଦନ୍ତା ହାତୀ ଦଳି ଦେଇଛି । ମୃତକ ବୃଦ୍ଧା ଜଣଙ୍କ ହେଲେ କଟନାଳି ଗ୍ରାମର ବାସନ୍ତୀ ଖଟୁଆ ।


ସୂଚନା ଅନୁସାରେ, ବାସନ୍ତି ଆଜି ନିଜର ଛେଳି ଚରାଇବାକୁ କଙ୍କିଳି ଗ୍ରାମ ଜଙ୍ଗଲକୁ ଆସିଥିଲେ । ଛେଳି ଚରାଉଥିବା ବେଳେ ସେ ଏକ ଦନ୍ତା ହାତୀ କବଳରେ ପଡ଼ିଯାଇଥିଲେ । ଦନ୍ତା ହାତୀଟି ତାଙ୍କୁ କଚାଡ଼ି ଦେଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳରେ ତାଳଚେର ବନ ବିଭାଗ ପହଞ୍ଚି ହାତୀକୁ ଘଉଡାଇ ଥିବା ବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲା ।

ପାଲଲହଡା ଅଞ୍ଚଳରେ ମଧ୍ୟ ହାତୀ ଆକ୍ରମଣରେ ଜଣେ ଗୁରୁତର ବୋଇଥିବା ଜଣା ପଡ଼ିଛି । ପାଲଲହଡା ଡିମରିଆ ବାଲୁଙ୍ଗା ସାହିରେ ଜଙ୍ଗଲୀ ହାତୀ ଘଉଡ଼ାଇବା ବେଳେ ହାତୀ ଆକ୍ରମଣ କରିଥିଲା । ଫଳରେ ରେଭେଜିପଦା ଗାଁର ଯୁବକ କୁଏରା ଯାମୁଦା ଆହତ ହୋଇଥିଲେ । ଉଭୟ ବନ ବିଭାଗ କର୍ମଚାରୀ ଓ ଗାଁ ଲୋକେ ମିଳିତ ଭାବେ ହାତୀ ଘଉଡ଼ାଇବା ବେଳେ ହାତୀ ଆକ୍ରମଣ କରିଥିଲା । ଆହତଙ୍କୁ ପାଲଲହଡା ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page