୨ ଲକ୍ଷ ୬୦ ହଜାର ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ


ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଶନିବାର ବଅଁରପାଳ ଥାନା ଗୋତମରା ଅଞ୍ଚଳରେ ଚଢ଼ାଉ କର ୨୬ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଗୋତମରା ଗାଁର ପିଙ୍କୁ ବାଘ ।


ସୂଚନା ଅନୁସାରେ ଗୋତମରା ଗାଁର ପିଙ୍କୁ ବ୍ରାଉନସୁଗାର କାରବାର କରୁଥିବାର ଖବର ପାଇବା ପରେ ଅବକାରୀ ବିଭାଗ ତା ଉପରେ ନଜର ରଖିଥିଲା । ଆଜି ପିଙ୍କୁ ବ୍ରାଉନସୁଗାର ବିକ୍ରି କରିବାକୁ ଯାଉଥିବା ବେଳେ ଅବକାରୀ ଇନ୍ସପେକ୍ଟର ରମ୍ଭା ବାଘ , ଓଆଇସି ଗାୟତ୍ରୀ ମାଝୀ ସଦର ଅବକାରୀ ଥାନା କର୍ମଚାରୀଙ୍କ ସହ ମିଶି ଚଢ଼ାଉ କରିଥିଲେ ।

ପିଙ୍କୁକୁ କାବୁ କରି ଜାଞ୍ଚ ବେଳେ ତା ନିକଟରୁ ୨୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୬୦ ହଜାର ଟଙ୍କା ହେବ । ଅବକାରୀ ବିଭାଗ ପିଙ୍କକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଏକ ମୋଟରସାଇକେଲ ମଧ୍ୟ ଜବତ କରିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page