ଅନୁଗୁଳ – ଅନୁଗୁଳ ଗସ୍ତରେ ଆସିଥିବା ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଆୟୁକ୍ତ ତଥା ସଚିବ ଅସ୍ବଥୀ ଏସ୍ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ପବିତ୍ର ମୋହନ ମେଡ଼ିକାଲ କଲେଜରେ ବିଭିନ୍ନ ଅସ୍ତ୍ରୋପଚାର କରାଯିବା ନିମନ୍ତେ ଜିଲ୍ଲା ସ୍ବେଛାସେବୀ ମାନଙ୍କୁ ତରଫରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଅଛି ।

ଡ଼ାକ୍ତରଖାନାରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗର ଉଦାସୀନତା ମନୋଭାବ ଯୋଗୁଁ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଓଡ଼ିଶାର ମଧ୍ୟବର୍ତ୍ତୀ ଜିଲ୍ଲା ଭାବେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୬/୭ ଗୋଟି ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳର ରୋଗୀ ଚିକିତ୍ସା ନିମନ୍ତେ ଆସିଥାନ୍ତି ବା ନିର୍ଭର କରିଥାନ୍ତି। ତେବେ ଏହାର ଗୁରୁତ୍ଵକୁ ବୁଝି ଏଠାରେ ଏକ ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ହୋଇସାରିଅଛି । କିନ୍ତୁ ଦୁଃଖର ବିଷୟ ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲା ଦୁର୍ଘଟଣା ପ୍ରବଣ ଅଞ୍ଚଳ ହୋଇଥିବାରୁ ଦୁର୍ଘଟଣାର ଶିକାର ହୋଇ ଅନେକ ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିଲେ ମଧ୍ୟ ଏଠାରେ ଉତ୍ତମ ମାନର ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ସ୍ବେଛାସେବୀ ମାନେ କ୍ଷୋଭ ପ୍ରକାଶ କରିଥିଲେ। ଅନୁଗୋଳ ଡାକ୍ତରଖାନା ମେଡ଼ିକାଲ କଲେଜରେ ପରିଣତ ହୋଇସାରିଥିଲେ ମଧ୍ୟ ବର୍ତ୍ତମାନ ସୁଧା ଏକ ସ୍ଥାନାନ୍ତର ଡାକ୍ତରଖାନା ପାଲଟି ସାରିଅଛି ।
ଅତି ସାଧାରଣରୁ ସାଧାରଣ ରୋଗୀ ମାନଙ୍କୁ ମଧ୍ୟ ଏଠାରେ ଚିକିତ୍ସା ଯୋଗାଇଦେବା ପରିବର୍ତ୍ତେ କଟକ ଏସିବି କୁ ସ୍ଥାନାନ୍ତରିତ କରାଯାଉଅଛି।ମେଡିକାଲ କଲେଜ ହେବା ପରେ ମଧ୍ୟ ଏଠାରେ ଶଲ୍ୟ ଅସ୍ତ୍ରୋପଚାର,ନାକ-କାନ-ଜିଭ ଅସ୍ତ୍ରୋପଚାର ଏପରିକି ଦାନ୍ତର ଅସ୍ତ୍ରୋପଚାର ନିମନ୍ତେ ବର୍ହିବିଭାଗ ଟେ ମଧ୍ୟ ହୋଇପାରିନାହିଁ।ଏହା ସହିତ ଅନୁଗୁଳ ଜିଲ୍ଲାରେ ହୃଦରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପରୀକ୍ଷା ନିମନ୍ତେ ଇକୋ ମେସିନ୍ ଓ ଟ୍ରେଡମିଲ୍ ର ଆବଶ୍ୟକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି ବୋଲି ସ୍ବେଛାସେବୀ ମାନେ ପ୍ରକାଶ କରିଛନ୍ତି।ଏଣୁ ଏ ପ୍ରସଙ୍ଗକୁ ଗୁରୁତର ସହିତ ବିଚାର କରାଯାଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ତୁରନ୍ତ କାର୍ଯ୍ୟକାରୀ କରାଯାଉ, ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦିଆଯାଇଅଛି। ସ୍ବେଛାସେବୀ ମାନଙ୍କ ଏହି ପ୍ରତିନିଧି ମଣ୍ଡଳୀରେ ପର୍ଶୁରାମ ଦାଶ, ପ୍ରତାପ ମହାପାତ୍ର,ରୁକେଶ ରୋଶନ ଦାସ,ବିଶ୍ଵଜିତ୍ ବିଶ୍ବାଳ, ଗୋପବନ୍ଧୁ ସାହୁ,ଆକାଶ ପ୍ରଧାନ, ସ୍ବରୂପ କୁମାର ପାଢ଼ୀ ଓ ଲରେନଜିତ୍ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।


