ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ – ଖାଦ୍ୟରେ ବିଷକ୍ରିୟା ନା ଶ୍ୱାସରୁଦ୍ଧରୁ ମୃତ୍ୟୁ ଅସ୍ପଷ୍ଟ

ଅନୁଗୁଳ – ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅସନବଣି ଗାଁରେ ଅଘଟଣ । ଗୋଟିଏ ପରିବାରର ତିନି ଜଣ ମୃତ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମା ଓ ଦୁଇ ପୁଅଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ଗୁରୁତର ଅବସ୍ଥାରେ ଭର୍ତ୍ତି ସମସ୍ତେ ହୋଇଥିଲେ ।

ସୂଚନା ଅନୁସାରେ ଗତକାଲି ରାତିରେ ମା ଗୋଲାପ ସାହୁ , ବଡ଼ ପୁଅ ଭାରତ ସାହୁ ଓ ସାନ ପୁଅ ଲିଟୁ ସାହୁ ରାତିରେ ଚିକେନ୍ ଭାତ ଓ ପାଳଙ୍ଗ ଶାଗ ଖାଇ ଶୋଇଥିଲେ । ତେବେ ସକାଳେ ଅସୁସ୍ଥ ହୋଇ ପଡ଼ିଥିଲେ । ଯେତେ ଉଠାଇଲେ ମଧ୍ୟ ଉଠି ନଥିଲେ । ଘରର ଅନ୍ୟ ସଦସ୍ୟ ଓ ପଡୋଶୀ ମିଶି ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେପଟେ ଚିକିତ୍ସାଳୟରେ ପହଂଚିବା ପରେ ସମସ୍ତଙ୍କ ମୃତ୍ୟୁ ହୋଇଥିଲା ।ଅନ୍ୟପଟେ ଏ ଡି ଏମ ଓ କହିଛନ୍ତି ଡାକ୍ତରଖାନା ଆସିବା ପୂର୍ବରୁ ମୃତ୍ୟୁ ହୋଇସାରିଥିଲା ।


ସେପଟେ ବିଷ କ୍ରିୟାରୁ ମୃତ୍ୟୁ ହୋଇଛି ନା ଅନ୍ୟ କିଛି କାରଣ ଯୋଗୁଁ ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ଜଣାପଡିବ ହିନ୍ଦୋଳ ଏସ୍ଡ଼ିପିଓ ସତ୍ୟ ନନ୍ଦ କହିଛନ୍ତି ଘରେ ନିଆଁ ଜାଳି ଶୋଇଥିଲେ । ଘର ଭିତରେ କୋଇଲା ଲଗାଇ ଶୋଇଥିବା ଯୋଗୁଁ କାର୍ବନ ମନକ୍ସାଇଡ ପ୍ରଭାବରେ ଅଣନିଶ୍ୱାସୀ ମୃତ୍ୟୁ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଢେଙ୍କାନାଳରୁ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ମଧ୍ୟ କରୁଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page