ଫୁଟବଲ ଆସୋସିଏସନ ପକ୍ଷରୁ ହେବ ଗ୍ରାମାଞ୍ଚଳ ଫୁଟବଲ ଲିଗ

ଅନୁଗୁଳ – ଅନୁଗୁଳ ଫୁଟବଲ ଆସୋସିଏସନର ପକ୍ଷରୁ ଗ୍ରାମାଞ୍ଚଳ ଫୁଟବଲ ଲିଗ ସଫଳ ଭାବେ କରାଯିବା ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟ ୩୨ଟି ଫୁଟବଲ ଟିମ ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା ।


ପ୍ରତିଯୋଗିତାର ସ୍ୱଚ୍ଛତା ପାଇଁ ଲଟେରୀ ପ୍ରଣାଳୀ ମାଧ୍ୟମରେ କେଉଁ ଟିମ କାହା ସହ ଖେଳିବ ସେଥିପାଇଁ ମ୍ୟାଚ୍ ସୂଚୀ ନିର୍ଦ୍ଧାରଣ କରାଯାଇଥିଲା । ସେଥିସହ ପ୍ରତିଯୋଗିତାର ତାରିଖ, ରେଫେରି ନିଯୁକ୍ତି, ଟିମ ରହଣି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ବୈଠକରେ ବସନ୍ତ ଦାସ, ରମେଶ ଚନ୍ଦ୍ର ସାହୁ, ଯୁଧିଷ୍ଠିର ସେଠ, ମାନସ ସାମଲ ଓ ମଦନ ମୋହନ ରଥ ଉପସ୍ଥିତ ରହି ମୂଲ୍ୟବାନ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ କରାଯାଇ, ସଭାପତି ଭାବେ ପବନ କୁମାର ସାହୁ, ସମ୍ପାଦକ ଭାବେ ଶୁଭ୍ରାଂଶୁ ଶେଖର ସାହୁ ଏବଂ କୋଷାଧକ୍ଷ ଭାବେ ବିନୋଦ କୁମାର ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି। ନୂତନ କର୍ମକର୍ତ୍ତାମାନେ ଗ୍ରାମାଞ୍ଚଳରେ ଫୁଟବଲକୁ ପ୍ରୋତ୍ସାହନ ଦେବା ସହ ଅନୁଗୁଳକୁ କ୍ରୀଡା ମାନଚିତ୍ରରେ ଆଗେଇ ନେବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କର୍ମକର୍ତ୍ତା କହିଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page