ମା ଓ ପୁଅ ମିଶି କରୁଥିଲେ ନିଶା ବେପାର – ଗିରଫ କଲା ପୁଲିସ

ଅନୁଗୁଳ – ମା ଓ ପୁଅ ମିଶି ବ୍ରାଉନ ସୁଗାର ବେପାର କରୁଥିବା ବେଳେ ଉଭୟଙ୍କୁ କାବୁ କଲା ପୁଲିସ । ଅନୁଗୁଳ ଟାଉନ ଥାନା ପୁଲିସ ଅମଲାପଡା କେନାଲ ନିକଟ ତଥା ସରକାରୀ ଆଶ୍ରୟସ୍ଥଳୀ ସମୁଖରେ ବ୍ରାଉନ ସୁଗାର ବେପାର କରୁଥିବା ଏହି ମା ଓ ପୁଅକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବ୍ରାଉନସୁଗାର , ଟଙ୍କା ଓ ଏକ ମୋଟରସାଇକେଲ ଜବତ କରିଛି ।  

ସୂଚନା ଅନୁସାରେ, ଶୁକ୍ରବାର ଦ୍ବିପ୍ରହର ସମୟରେ ଅମଲାପଡା କେନାଲ ନିକଟ ତଥା ସରକାରୀ ଆଶ୍ରୟସ୍ଥଳୀ ସମ୍ମୁଖରେ କୁରେସା ବିବି ଏବଂ ତାଙ୍କ ପୁଅ ବ୍ରାଉନସୁଗାର ବେପାର କରୁଥିବା ପୁଲିସ ଖବର ପାଇଥିଲା । ଅନୁଗୁଳ ପୁଲିସ, ଅନୁଗୁଳ ଅତିରିକ୍ତ ତହସିଲଦାର ଶ୍ରୀପାଲି ଭରଦ୍ବାଜ, ସଦର ଆର ଆଇ ମଛିନ୍ଦ୍ର ମୈତ୍ରି ରଞ୍ଜନ ସାହୁ, ଜୁନିୟର୍ ରେଭିନ୍ୟୁ ଆସିଷ୍ଟାଣ୍ଡ ଦିନେଶ୍ କୁମାର ମାଝୀ ମିଶି ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଏହି ଚଢାଉ ସମୟରେ ମା କୁରେସା ବିବି ଏବଂ ପୁଅକୁ ପୁଲିସ ଧରିବାରେ ସଫଳ ହୋଇଥିଲା । ଦୁଇ ଜଣଙ୍କ ଠାରୁ ୬ ଗ୍ରାମ ବ୍ରାଉନସୁଗାର, ୩୪ ହଜାର ଟଙ୍କା, ଦୁଇ ଗୋଟି ଫୋନ, ଲାଇଟର, ଚିଟ୍ ପେପର ସହ ଏକ ମୋଟରସାଇକେଲକୁ ପୁଲିସ ଜବତ କରିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page