ଅନୁଗୁଳ – ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଆର.ଆଇ. । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ତହସିଲ ଅଧୀନ ଟୁସରରେ କାମ କରୁଥିବା ଆର.ଆଇ. ସୁରେନ୍ଦ୍ର କୁମାର ଦାଶ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି ।

ସୂଚନା ଅନୁସାରେ କିଆକଟା ଦୌଳତପୁର ଅଞ୍ଚଳର ସତ୍ୟାନନ୍ଦ ପ୍ରଧାନ ନାମକ ବ୍ୟକ୍ତି ତାଙ୍କ ଜମିର ମାପଚୁପ ପାଇଁ ଟୁସର ଆର.ଆଇ. ନିକଟରେ ଆବେଦନ କରିଥିଲେ। ତେବେ ଏହି ଜମିର ମାପଚୁପ କରିଦେବା ଆର.ଆଇ.ସୁରେନ୍ଦ୍ର କୁମାର ଦାଶ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସତ୍ୟାନନ୍ଦ ୨ ହଜାର ଟଙ୍କା ଦେବା ପରେ ମଧ୍ୟ ଆର.ଆଇ. ଆହୁରି ଟଙ୍କା ଦାବି କରୁଥିଲେ । ଏହା ଫଳରେ ସତ୍ୟାନନ୍ଦ ବାଧ୍ୟ ହୋଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଉ ଆଜି ସତ୍ୟାନନ୍ଦଙ୍କ ଠାରୁ ଆର.ଆଇ. ସୁରେନ୍ଦ୍ର ଦାଶ କିଆକଟା ବାସ ଭବନ ଠାରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରି ନେଇଥିଲେ । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କ ସରକାରୀ ଓ ପୈତୃକ ବାସ ଭବନରେ ଚଢ଼ାଉ କରାଅ ଯାଇଛି ।

