ଅନୁଗୁଳ – ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରୁ ବିଜେପି ସରଜାର ମାହାତ୍ମାଗାନ୍ଧୀ ଙ୍କ ନାମ ହଟାଇ କେବଳ ନେମ ଚେଞ୍ଜ ସରକାର ବୋଲି ନିଜକୁ ପ୍ରତିବାଦିତ କରିଛି । ଏ ସରକାର ନେମ ଚେଞ୍ଜ ସରକାର , ଗେମ ଚେଞ୍ଜର ନୁହଁ । ଯେଉଁଠି ସାରା ବିଶ୍ୱ ମହାତ୍ମାଗାନ୍ଧୀଙ୍କ ଆଗରେ ନତମସ୍ତକ ହେଉଛି , ସେଠି ଏ ସରକାର ଏକ ଯୋଜନାରୁ ନାମ ହଟାଇ ହୀନ ମାନସିକତାର ପରିଚୟ ଦେଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିଛନ୍ତି କଂଗ୍ରେସର ବାସୁଦେବପୁର ବିଧାୟକ ଅଶୋକ ଦାସ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ପୂର୍ବରୁ 300 ୟୁନିଟ ମାଗଣା ବିଦ୍ୟୁତ ଦେବେ ବୋଲି ଧୂଆଁ ବାଣ ମାରିଥିଲେ । ୩୦୦ ୟୁନିଟ ମାଗଣା ତ ଦେଲେ ନାହିଁ ବଂର ସ୍ମାର୍ଟ ମିଟର ଲଗାଇ ସାଧାରଣ ଲୋକଙ୍କୁ ଅଧିକ ଶୋଷଣ କରିଛନ୍ତି । ଏହା ସହ ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ ସବସିଡି ଦେବାକୁ ଘୋଷଣା କରିଥିବା ସରକାର ଏବେ ଚାଷୀଙ୍କ ଧାନ ଉଠାଇ ପାରୁ ନାହିଁ। ଗଦା ଗଦା ଧାନ ମଣ୍ଡିରେ ପଡି ରହିବା ଫଳରେ ଏବେ ଚାଷୀ କାନ୍ଦୁଛି । ଏସବୁ ନିବୃତ ରାଗିବାକୁ ବିଜେପି ସରକାରକୁ ଏ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି କଂଗ୍ରେସ । ସରକାର ଏଥିରୁ ନିବୃତ ନ ରହିଲେ କଂଗ୍ରେସ ରାଜା ରାସ୍ତାକୁ ଓହ୍ଲାଇବା ସହ ପରିସ୍ଥିତି ଯାହା ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି କଡା ଚେତାବନୀ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଦଳର ବରିଷ୍ଠ ନେତା ବିକାଶ ସାମଲ, ରୂପାଦୀପ୍ତା ମହାପାତ୍ର, ପ୍ରଫୁଲ୍ଲ ଦାସ, ଗୋପାଳ ଚନ୍ଦ୍ର ନାଥ, ଏଲ ମାଣିକପ୍ରଭା, ଚିତ୍ତରଞ୍ଜନ ନାଏକ, ସୁଦୀପ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିବାବେଳେ କଂଗ୍ରେସ ନେତା ବଲବୀର ସିଂହ, ତପନ ପ୍ରଧାନ, ବିନୋଦ ମାଝି, ରାକେଶ ମିଶ୍ର, ବାସୁଦେବ ସାମଲ, ସୁବାସ ସାହୁ, ଭଜନ ଦାସ, ଜଗନ୍ନାଥ ବେହେରା, ହେମନ୍ତ ମହାଳିକ, କସିଦା ଖାନ, ଅଳକା ମହାନ୍ତି, ଅଳକା ମହାପାତ୍ର, ଅରୁପ ସାମଲ, ଜମ୍ବେଶ୍ବର ପଟ୍ଟନାୟକ, ଅଲେଖ ବେହେରା, ଅରୁଣ ଦାସ, କୁମୁଦ ବନ୍ଧୁ ଧର, ସଂଗ୍ରାମ ବେହେରା, ବିଜୟ କୁମାର ନାୟକ, ସଞ୍ଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

