ନାବାଳିକା ଅପହରଣ ଓ ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ

ଅନୁଗୋଳ – ଗତ ଏକ ବର୍ଷ ତଳେ ଜନୈକା ନାବାଳିକାକୁ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ମାନ୍ୟବର ଆଡ଼ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ୧୦ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ।

ସୂଚନା ଅନୁସାରେ ,ଗତ ୨୦୨୫ ଫେବୃଆରୀ ମାସରେ ଅନୁଗୋଳ ଥାନା ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଥିବା ନେଇ ଅନୁଗୋଳ ଥାନାରେ ମାମଲା ରୁଜୁ ହୋଇଥିଲା । ପୁଲିସ ଉକ୍ତ ମାମଲାରେ ତଦନ୍ତ କରି ନାବାଳିକାକୁ ଖୋର୍ଦ୍ଧାରୂ ଉଦ୍ଧାର କରିବା ସହ ନାବାଳିକାକୁ ଅପହରଣ କରିଥିବା ଖୋର୍ଦ୍ଧା ଥାନା ଅନ୍ତର୍ଗତ ତୋଟାପଡା ଗ୍ରାମର ସୁଶାନ୍ତ ନାୟକ (୩୬)କୁ ଗିରଫ କରି ଅନୁଗୋଳ ଆଣିଥିଲେ। ଅନୁଗୋଳ ଥାନାକୁ ଆଣି ସୁଶାନ୍ତକୁ ପୁଲିସ ପଚରାଉଚରା କରିବା ପରେ ଅଭିଯୁକ୍ତ ସୁଶାନ୍ତ ନାବାଳିକା ସହ ଦୁଷ୍କର୍ମ କରିଥିବା ପୁଲିସ ଜାଣିବାକୁ ପାଇଥିଲା। ଫଳରେ ପୁଲିସ ଦଫା 137(2),351(2)ଏବଂ ଧାରା 4(1)ରେ ସୁଶାନ୍ତକୁ କୋର୍ଟ ଚାଲାଣ କରିଥିଲା। ଆଜି (ଶୁକ୍ରବାର) ମାନ୍ୟବର ଜଜ ବିରଞ୍ଚି ନାରାୟଣ ମିଶ୍ର ଏହି ମାମଲାର ଶୁଣାଣି କରି ୯ ଜଣ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ସୁଶାନ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ ଦଣ୍ଡ ଶୁଣାଣି କରିଛନ୍ତି। ଏହି ମାମଲାକୁ ସ୍ୱତନ୍ତ୍ର ସରକାରୀ ଓକିଲ ଫାଷ୍ଟ ଟ୍ରାକ କୋର୍ଟ ରଞ୍ଜନ ପାତ୍ର ପରିଚାଳନା କରୁଥିଲେ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page