ଅନୁଗୁଳ – ଏସସିବି ମେଡିକାଲ କଲେଜ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଆଜି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଭୟଙ୍କର ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି।

ଏହି ଅଗ୍ନିକାଣ୍ଡରେ ଅନୁଗୁଳ ଜିଲ୍ଲା ସୁବର୍ଣ୍ଣପୁର ଗ୍ରାମର ଜଣେ ଶତାୟୁ ବ୍ୟକ୍ତିଙ୍କ ମଧ୍ୟ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଚେରୁ ପରିଡା । ତାଙ୍କୁ ୧୦୨ବର୍ଷ ହୋଇଥିବା ବେଳେ ସେ ଗତ କିଛି ଦିନ ତଳେ ଗାଁ ଦାଣ୍ଡରେ ଛିଡା ହୋଇଥିବା ବେଳେ ଗାଈ ଆକ୍ରମଣରେ ଗୁରୁତର ହୋଇଥିଲେ । ଏଥିପାଇଁ ତାଙ୍କୁ ଏସିବି ମେଡିକାଲ କଟକର ଟ୍ରୋମାକେୟ୍ୟାରେ ଭର୍ତ୍ତି କରାଯାଇଥିଲା ।
ସେପଟେ ଏହି ଘଟଣାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା ମୁଖ୍ୟମନ୍ତ୍ରୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ମେଡିକାଲ ବୁଲି ଦେଖିବା ପରେ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି।

