ଅନୁଗୁଳ – ରେଳ ଧାରଣା ନିକଟରୁ ଯୁବକଙ୍କର ମୃତ ଦେହ ଉଦ୍ଧାର ହୋଇଛି । ଏହାକୁ ନେଇ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ଆସ୍ ପଣ୍ଡ ନିକଟ ଦେଇ ଯାଇଥିବା ରେଲୱେ ଧାରଣା ନିକଟରୁ ଆଜି ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୁଲିସ । ମୃତକ ଜଣଙ୍କ ହେଲେ ନାଲକୋ ଥାନା ବଳରାମପ୍ରସାଦ ଗ୍ରାମର ଛବି ବେହେରାଙ୍କ ପୁଅ ଆନନ୍ଦ ବେହେରା ବୋଲି ଜଣା ପଡିଛି।

ସୂଚନା ଆବୁସାରେ , ଗତକାଲି ରାତିରେ ଗାଡ଼ି ଚଳାଇବା ପାଇଁ ଗାଡ଼ି ମାଲିକ ଅମିତ ସାମଲ , ଆନନ୍ଦଙ୍କୁ ଫୋନ୍ କରି ଡାକିଥିଲେ । ଏହାପରେ ଆନନ୍ଦ ଘରୁ ବାହାରି ଯାଇଥିଲେ । କିନ୍ତୁ ସେ ଆଉ ଘରକୁ ଫେରିନଥିଲେ । ଆଜି ସକାଳ ସମୟରେ ଗ୍ରାମବାସୀ ଦେଖି ଥିଲେ ଯେ, ଆନନ୍ଦଙ୍କ ମୃତଦେହ ରେଳଧାରଣା ନିକଟରେ ପଡ଼ିଛି। ସଙ୍ଗେ ସଙ୍ଗେ ପରିବାର, ରେଲୱେ ପୁଲିସ ଏବଂ ନାଲକୋ ଥାନା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକ, ଗ୍ରାମବାସୀ ଏବଂ ପୁଲିସ ପହଁଚି ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏ ପଟେ ଘଟଣାକୁ ନେଇ ପରିବାର ଲୋକ ଏବଂ ଗ୍ରାମବାସୀ ଆନନ୍ଦଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଏହା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏ ପରେ ନାଲକୋ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବା ସହ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।
ବାଇଟ – ସାନନ୍ଦ ବେହେରା । ମୃତକର ଭାଇ ।

