ଅନୁଗୋଳ – ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକରେ ୨୦୨୪-୨୫ ଆର୍ଥକ ବର୍ଷରେ ବିହନ, ସାର, କୀଟନାଶକ ବଣ୍ଟନରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କିଶୋରନଗର ସହକାରୀ କୃଷି ଅଧିକାରୀ (ଏଏଓ) ଦୀପ୍ତିମୟୀ ସିଂହଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରାଯାଇ ରିପୋର୍ଟ ଦିଆଯିବା ପରେ କୃଷି ବିଭାଗ ମୁଖ୍ୟ ସଚିବ ସଚିନ ରାମଚନ୍ଦ୍ର ଯାଦବ ଗତ ୧୦ ତାରିଖରେ ଏଏଓ ଦୀପ୍ତିମୟୀ ସିଂହଙ୍କୁ ନିଲମ୍ବନ କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ , ଏଏଓ ଦୀପ୍ତିମୟୀଙ୍କ ବିରୋଧରେ ୨ କୋଟି ଟଙ୍କାର ବିହନ, ସାର ଓ କୀଟନାଶକ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରାଯିବା ପରେ କିଛିଦିନ ତଳେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିପାଇଁ ଡ୍ରାଫ୍ଟ ଚାର୍ଜ ତୁରନ୍ତ ପ୍ରଦାନ କରିବାକୁ କୃଷି ଓ କୃଷକ ସଶସ୍ତୀକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା ।


