ଅନଲାଇନ ଏକ୍ସକ୍ଲୁସିଭମୁଖ୍ୟ ଖବର ଚାଲିଲା ଏନଟିପିସି ଟିଟିପିଏସ Angul OnlineMarch 26, 2021March 26, 2021 ଅନୁଗୁଳ – ଗତ ୨୩ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନଟିପିସି ଟିଟିପିଏସ ବନ୍ଦ ହୋଇ ଯାଇଥିବାବେଳେ ଆଜି ପୁଣି ଏହା ଚାଲୁ ହୋଇଛି । ପ୍ଲାଣ୍ଟର ସମସ୍ତ ୬ ଟି ୟୁନିଟ ମଧ୍ୟରୁ ଗୋଟିଏ ୟୁନିଟକୁ ପୁନଃ ଚାଲୁ କରାଯିବା ସହ ଏଥିରୁ ୬୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି । ଆଉ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ଏହା ଚାଲୁ ହୋଇଥିବା ବେଳେ ତୁରନ୍ତ ଏହାର ନବୀକରଣ କରିବାକୁ ଦାବି ହୋଇଛି । ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନଟିପିସି ଟିଟିପିଏସ ପ୍ଳାଣ୍ଟ ହଠାତ ଗତ ବୁଧବାର ବନ୍ଦ ହୋଇ ଯାଇଥିଲା । ପ୍ଲାଣ୍ଟର ୬ ଟି ୟୁନିଟରୁ ୪୬୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ଥିବା ବେଳେ ସବୁ ଠପ ହୋଇ ଯାଇଥିଲା । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେବା ସହ ବିଭିନ୍ନ ମହଲରେ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା । ପ୍ଳାଣ୍ଟ ବନ୍ଦ ହୋଇଯିବା ଫଳରେ ରାଜ୍ୟରେ ବିଦ୍ୟୁତ ସଙ୍କଟ ଦେଖାଯିବାର ଆଶଙ୍କା ରହିଥିବା ବେଳେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଅନେକ ଲୋକଙ୍କ ପେଟ ପାଟଣାରେ ଶକ୍ତ ଆଘାତ ଲାଗିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଦବେଗ ପ୍ରକାଶ କରିବା ସହ ଏନେଇ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର କେ ସିଂହଙ୍କୁ ଚିଠି ଲେଖିଥିଲେ । ଚିଠି ଲେଖି ପ୍ଳାଣ୍ଟ ବନ୍ଦ ନ କରିବାକୁ ଅନୁରୋଧ କରିଥିଲେ । ଏହା ପରେ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର୍.କେ ସିଂହଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଚିଠି ଲେଖିଥିଲେ । ଏହା ସହ ଏନଟିପିସି ର ଷ୍ଟେଜ ୩ ସଂପ୍ରସାରଣକୁ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ । ଆଉ ଏଥିପାଇଁ ଆଜି ପ୍ଲାଣ୍ଟର ଗୋଟିଏ ୟୁନିଟ ଚାଲୁ ହୋଇଛି । ଯେଉଁଥିରୁ ୫୯.୧୫ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି । ଆଉ ଅନ୍ୟ ଏକ ୟୁନିଟକୁ ଚାଲୁ କରିବାକୁ ମଧ୍ୟ ଚେଷ୍ଟା ଜାରି ରହିଛି । ତେବେ ଏହାକୁ ବନ୍ଦ କରିବାର ମସୁଧା କରି କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ଯୋଗୁଁ ଅସନ୍ତୋଷ ଲାଗି ରହିଛି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିବା ସହ , ନ କରାଗଲେ ଆନ୍ଦୋଳନକୁ ତୀବ୍ର କରିବେ ବୋଲି ଚେତାବନୀ ଦେଇଛନ୍ତି ଶ୍ରମିକ । Advertisement
ବୃଦ୍ଧା ମା’କୁ ମାଡ ମାରୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ – ଭିଡିଓ ଭାଇରାଲ ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ । ବୃଦ୍ଧା ମାଙ୍କୁ ମାଡ ମାରୁଛି ଶିକ୍ଷିତ ପୁଅ । ଯେ କି ପେସାରେ ଜଣେ…
କାମ କରୁ ନାହିଁ ‘ଅନୁଗୁଳ ବନସାଥୀ ଆପ – ପାଣିରେ ପଡିଲା ଲକ୍ଷାଧିକ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ମଣିଷ ଲଢେଇକୁ ରୋକିବା ସହ ବନବିଭାଗର ଲୋକମାନଙ୍କ ସହ ସମ୍ପର୍କକୁ ଦ୍ଵିଗୁଣିତ କରିବାକୁ ଆରମ୍ଭ ହୋଇଥିଲା ‘ଅନୁଗୁଳ ବନସାଥୀ ଆପ‘…
ପ୍ରଶାନ୍ତ ମେଣ୍ଡୁଲି – ଛୋଟ ଗାଁରୁ ଓଡ଼ିଶାର ଚର୍ଚ୍ଚିତ ଚେହେରା ଅନୁଗୋଳ – ଦୀର୍ଘ ତିନିଦିନ ଧରି ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓଲ୍ହାଇଥିଲା । ଯାହାର ପ୍ରଭାବ ଜନଜୀବନ ଉପରେ ପଡିଥିଲା । ଏହାକୁ ହୃଦୟଙ୍ଗମ କରି ମୁଖ୍ୟ…