ଜାତୀୟ ରାଜପଥ କଡ଼ରେ ଟ୍ରକ୍ ଚାଳକଙ୍କୁ ଲୁଟ୍‌ ଘଟଣା – ଜଣେ ଗିରଫ

ଅନୁଗୋଳ – ଜାତୀୟ ରାଜପଥ-୫୫ କଡ଼ରେ ଦୁଇ ଟ୍ରକ୍ ଚାଳକଙ୍କୁ ଭୟଭୀତ କରି ଟଙ୍କା ଓ ମୋବାଇଲ୍ ଲୁଟ୍‌ ଘଟଣାରେ ଅନୁଗୋଳ ସଦର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଖଲାରୀ ଗୁଡ଼ିସାହିର ସୁବ୍ରତ ନାଥ ଓରଫ ଚିଣ୍ଟୁ (୨୦)। ତାଙ୍କ ନିକଟରୁ ଲୁଟ୍ ମୋବାଇଲ୍ ଫୋନ୍ ସହ ୨୧ ହଜାର ୫୦୦ ଟଙ୍କା ଜବତ ହୋଇଛି।

ପୋଲିସ ସୂଚନା ଅନୁଯାୟୀ, ଗତ ୪ ତାରିଖରେ ଲିଙ୍ଗରାଯୋଡ଼ି ନାଳ ନିକଟରେ ଦୁଇ ଟ୍ରକ୍ ଚାଳକ ଗାଧୋଉଥିବା ସମୟରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ଟଙ୍କା ଓ ମୋବାଇଲ୍ ଲୁଟି ନେଇଥିଲେ। ଲୁଟ୍‌କୁ ପ୍ରତିରୋଧ କରିବାରୁ ଜଣେ ଚାଳକଙ୍କୁ ମୁଥ ମାରି ଆକ୍ରମଣ କରିଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ କରି ସୁବ୍ରତଙ୍କୁ ଗିରଫ କରିବା ସହ ଲୁଟ୍ ସାମଗ୍ରୀ ଜବତ କରିଛି। ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଥିବା ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତ କହିଛନ୍ତି ।

ଏନେଇ ସଦର ଥାନାରେ କେସ୍ ନଂ ୧୦୨୪/୨୦୨୬ରେ ବିଏନ୍‌ଏସ୍‌ର ଧାରା ୩୦୯(୬) ଅନୁଯାୟୀ ମାମଲା ରୁଜୁ ହୋଇଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page