ଅନଲାଇନ ଏକ୍ସକ୍ଲୁସିଭ ନାଁ ନେବାକୁ ନିୟମକୁ ଫୁ – ମନଇଚ୍ଛା ବଦଳୁଛି ସିଲିଣ୍ଡର ରଙ୍ଗ Angul OnlineJune 8, 2021June 8, 2021 ତାଳଚେର – କରୋନାର ଦ୍ବିତୀୟ ଲହରରେ ଆକ୍ରାନ୍ତମାନେ ଅମ୍ଳଜାନ ଅଭାବର ଶିକାର ହେଉଛନ୍ତି । ଅମ୍ଳଜାନ ନ ମିଳିବାରୁ ଅନେକଙ୍କ ମୃତ୍ୟୁ ହେଉଛି । ରୋଗୀଙ୍କ ଚିକିତ୍ସା ପାଇଁ ଅନେକ ସାମାଜିକ ସଂଗଠନ ବର୍ତ୍ତମାନ ଅମ୍ଳଜାନ ସିଲିଣ୍ଡର ଯୋଗାଇ ଦେବା ପାଇଁ ଆଗକୁ ଆସିଲେଣି । କିନ୍ତୁ ଏଥିରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଦାନ କରୁଥିବା ଏକ ସଂଗଠନଗୁଡ଼ିକ ମନଇଚ୍ଛା ସିଲିଣ୍ଡରର ରଙ୍ଗକୁ ବଦଳାଇ ଦେଉଛନ୍ତି । ଯାହା ଫଳରେ ଏହାକୁ ନେଇ ଅନେକ ଦ୍ଵନ୍ଦ ଦେଖିବାକୁ ମିଳୁଛି । ରବିବାର ଜେସିଆଇ ସଂଗଠନ ପକ୍ଷରୁ ୧୭୨ ଟି ସିଲିଣ୍ଡର ଦାନ କରାଯାଇଛି । କିନ୍ତୁ ଏହି ସିଲିଣ୍ଡରଗୁଡ଼ିକର ରଙ୍ଗ ରହିଛି ‘ସ୍କାଏ ବ୍ଲୁ’ । ସରକାରୀ ନିୟମ ରହିଛି ଅମ୍ଳଜାନ ସିଲିଣ୍ଡରର ରଙ୍ଗ କେବଳ କଳାଧଳା ହିଁ ରହିପାରିବ । ସିଲିଣ୍ଡରର ମୁଣ୍ଡର ରଙ୍ଗ ଧଳା ଏବଂ ଦେହର ରଙ୍ଗ କଳା ରହିବା ଆବଶ୍ୟକ । ଯାହା ସିଲିଣ୍ଡର ଚିହ୍ନଟରେ ସାହାଯ୍ୟ କରିଥାଏ । ତେବେ ସାମାଜିକ ସଂଗଠନଗୁଡ଼ିକ ନିଜ ପସନ୍ଦର କିମ୍ବା ନିଜ ସଂଗଠନର ରଙ୍ଗକୁ ସିଲିଣ୍ଡରରେ ବୋଳି ଦେଉଛି । ନିଜର ନାଁ ନେବା ପାଇଁ ଏହି ସଙ୍ଗଠନ ଏଭଳି ରଙ୍ଗ ବୋଳୁଥିବା ବେଳେ ନିୟମକୁ ଆଡେଇ ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ଚର୍ଚା ହେଉଛି । ସେପଟେ ଅନୁଗୁଳ ଜିଲ୍ଲାରେ ଅନେକ ସଙ୍ଗଠନ , ଅନେକ ବଦାନ୍ୟ ବ୍ୟକ୍ତି ବର୍ତ୍ତମାନ ପରିସ୍ଥିତିରେ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେଉଛନ୍ତି । କିନ୍ତୁ ପ୍ରଶାସନ ପକ୍ଷରୁ ସେ ସବୁକୁ ଯାଞ୍ଚ କରାଯାଉ ନାହିଁ । ପ୍ରକୃତରେ ଗ୍ୟାସର ମାନ କିଭଳି ଅଛି , ସିଲିଣ୍ଡରରେ କେତେ ପରିମାଣର ଗ୍ୟାସ ରହୁଛି ତାହାର ଯାଞ୍ଚ ହେବା ଆବଶ୍ୟକ ରହିଛି । Advertisement
ପ୍ରଶାନ୍ତ ମେଣ୍ଡୁଲି – ଛୋଟ ଗାଁରୁ ଓଡ଼ିଶାର ଚର୍ଚ୍ଚିତ ଚେହେରା ଅନୁଗୋଳ – ଦୀର୍ଘ ତିନିଦିନ ଧରି ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓଲ୍ହାଇଥିଲା । ଯାହାର ପ୍ରଭାବ ଜନଜୀବନ ଉପରେ ପଡିଥିଲା । ଏହାକୁ ହୃଦୟଙ୍ଗମ କରି ମୁଖ୍ୟ…
ସହରରେ ସଫେଇ ହେଉଛି କେମିତି ? – ଦେଖନ୍ତୁ ଭିଡିଓ ଅନୁଗୁଳ – ଅନୁଗୁଳ ସହରର ପରିମଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିଲେ ମଧ୍ୟ ସୁଧୁରିବାରେ ନା ନେଊ ନାହିଁ । ବିଭିନ୍ନ ପ୍ରକାରର ଯୋଜନା…
ନିଖୋଜ ବିରଜୁ କୁଲୁ ତାଳଚେରରୁ ଉଦ୍ଧାର ଅନୁଗୁଳ – ନିଖୋଜ ବିରଜୁ କୁଲୁଙ୍କ ମିଳିଲା ପତ୍ତା । ପାକିସ୍ତାନରୁ ଫେରିଥିବା ସୁନ୍ଦରଗଡର ବିରୁଜୁ କୁଲୁ ଓଡିଶାରେ ପୁଣି ନିଖୋଜ ହୋଇଯାଇଥିଲେ । ଥାନାରେ ବିରିଜୁଙ୍କ…