ଆମ ପର୍ଯ୍ୟଟନ ସ୍ଥଳୀଭଲ ଖବର କୋଇଲା ନଗରୀ ନେବ ନୂଆଁ ରୂପ Angul OnlineJune 9, 2021June 9, 2021 ଅନୁଗୁଳ – କଳାହିରାର ସହର ତାଳଚେର ସହର ରୂପ ବଦଳିବ । ତାଳଚେରରେ ବିଭିନ୍ନ ଆଖି ଝଲସିବା ବଳି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ । ତାଳଚେର ଷ୍ଟାଡିୟମ , ସ୍ୱାସ୍ଥ୍ୟ ଓ ଐତିହ୍ୟ କ୍ଷେତ୍ରରେ ବିକାଶ , ରାଣୀ ପାର୍କର ସୁରକ୍ଷା , ପ୍ରଜାମଣ୍ଡଳ ପରିସରର ପୁନରୁଦ୍ଧାର , ପୁସ୍ତକ , କୋଇଲା ସଂଗ୍ରହାଳୟ ଓ ଉନ୍ନତମାନର ପାର୍କ ନିର୍ମାଣ କରାଯିବ । ଏ ସବୁ ନିର୍ମାଣ ପାଇଁ ମାଷ୍ଟର ପ୍ଳାନ ତିଆରି କରିଛି ଜିଲ୍ଲା ପ୍ରଶାସନ । ଖୁବ ଶୀଘ୍ର ଟେଣ୍ଡର ସହ ଗୋଟିଏ ବର୍ଷ ଭିତରେ ଏ ସବୁ କାର୍ଯ୍ୟ ଶେଷ କରିବାର ଲକ୍ଷ୍ୟ ରଖା ଯାଇଛି । ପ୍ରଦୂଷିତ ସହର ତାଳଚେରର ଶୋଭା ବଢାଇବା ପାଇଁ ପ୍ରଶାସନ ପକ୍ଷରୁ ଡିଜାଇନ ପ୍ରସ୍ତୁତ ହୋଇ ସାରିଛି । ମୁଖ୍ୟତଃ ରାଜବାଟୀ ରାସ୍ତାର ପୁନରୁଦ୍ଧାର କରାଯାଇ ସ୍ୱାସ୍ଥ୍ୟ ସହ ହେରିଟେଜ କରିଡର କରାଯିବ । ପ୍ରବେଶ ପଥରେ ସୁନ୍ଦର ଫାଟକ ସହ ରାଣୀପାର୍କର ନବୀକରଣ କରାଯିବ । ପ୍ରାଚୀର ଗୁଡିକରେ ତାଳଚେର ଇତିହାସର ଛାପ ଦିଆଯିବ । ଏହା ସହ ଏକ ଅତ୍ୟାଧୁନିକ ଷ୍ଟାଡିୟମ କରାଯିବ । ତାଳଚେର ପ୍ରଜାମଣ୍ଡଳ ଭାବନା ପୁନରୁଦ୍ଧାର ମଧ୍ୟ କରାଯିବା ପାଇଁ ପ୍ରସ୍ତାବ ରହିଛି । ଏହି ସବୁ କାର୍ଯ୍ୟ ଏକ ବର୍ଷ ମଧ୍ୟରେ ସାରିବାକୁ ଧାର୍ଯ୍ୟ କରା ଯାଇଥିବା ବେଳେ ଏହା ସମ୍ପୁର୍ଣ୍ଣ ହେଲେ ସହରର ରୂପରେଖ ବଦଳିଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ କହିବା ସହ ଲୋକାମାନେ ସହଯୋଗର ହାତ ବଢାଇବାକୁ ସେ ଅନୁରୋଧ କରିଛନ୍ତି । ଏହି ସବୁ ପରିଯୋଜନା କାର୍ଯ୍ୟକ୍ରମ 5T ଦ୍ୱାରା ହେବ । ଏହି ସବୁ କାର୍ଯ୍ୟର ଡିଜାଇନ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଦେବା ପରଠାରୁ ସମସ୍ତ ତାଳଚେର ବାସୀଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି । Advertisement
ସାତକୋଶିଆରେ କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ପର୍ଯ୍ୟଟକଙ୍କ ଉପରେ କଟକଣା ଅନୁଗୁଳ – ସାତକୋଶିଆରେ କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ପର୍ଯ୍ୟଟକଙ୍କ ଉପରେ କଟକଣା କରାଯାଇଛି । କୁମ୍ଭୀର ଗଣନା ପାଇଁ ୫ତାରିଖ ଅପରାହ୍ନରୁ ୯ ତାରିଖ…
ଜିନ୍ଦଲ ନଗର ଦେବଭୂମି ପରିସରରେ ରଥଯାତ୍ରା ଅନୁଗୋଳ– ହଜାର ହଜାର ସଂଖ୍ଯାରେ ଜିନ୍ଦଲ ନଗର ଶ୍ରଦ୍ଧାଳୁ ଏବଂ ପାର୍ଶ୍ଵବର୍ତୀ ଗ୍ରାମବାସୀ ମାନେ ଜିନ୍ଦଲ ନଗର ପରିସରସ୍ଥ ଦେବଭୂମି ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିବା…
ମା ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ସମାପନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରାତ୍ସୋବ ଓ ୧୮ତମ ଲୋକ ମହୋତ୍ସବ ଗୋପାଳ ପ୍ରସାଦ ସ୍ଥିତ ହିଙ୍ଗୁଳା ପୀଠ…