ସମସ୍ୟା ଏନଏସିକୁ ଅମଙ୍ଗ – ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଜଣାଇଲେ ଦାବି Angul OnlineJuly 2, 2021July 2, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦାକୁ ଏନଏସି କରିବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରା ଯାଉଥିଲା ସେଥିରେ ବ୍ରେକ ଲାଗିଛି । ସ୍ଥାନୀୟ ଲୋକଙ୍କ ଅମଙ୍ଗ ଯୋଗୁଁ ଛେଣ୍ଡିପଦା ଆଉ ଏନଏସି ହେବ ନାହିଁ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅଞ୍ଚଳକୁ ଏନଏସିର ମାନ୍ୟତା ଦେବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ କରା ଯାଇଥିଲା । ଏଥିପାଇଁ ସ୍ଥାନୀୟ ଲୋକଙ୍କ ମତାମତ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି କରା ଯାଇଥିଲା । ତେବେ ଛେଣ୍ଡିପଦା ଗ୍ରାମ୍ୟ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଏ ନେଇ ଏକ ଦାବିପତ୍ର ପ୍ରଦାନ କରା ଯାଇଛି । ଗ୍ରାମ୍ୟ କମିଟି ଏନଏସି ହେବା ପାଇଁ ଗାଁ ଲୋକ ଅମଙ୍ଗ ଥିବା କଥା କହିଥିବା ବେଳେ ଏନଏସି ହେଲେ ସେମାନଙ୍କୁ ଅଧିକ ପରିମାଣର କରଖଜଣା ଦେବକୁ ପଡିବ । ଏଠିକାର ଅଧିକାଂଶ ଲୋକ ଗରିବ ଶ୍ରେଣୀର ହୋଇଥିବା ବେଳେ ଏନଏସିର କରଖଜଣା ଦେବାକୁ ଅସମର୍ଥ ହେବେ । ଏଥିପାଇଁ ଛେଣ୍ଡିପଦାକୁ ବର୍ତ୍ତମାନ ଏନଏସି କରା ନ ଯିବାକୁ ସେମାନେ ଦାବି କରି ଅଛନ୍ତି । ଗ୍ରାମବାସୀଙ୍କ ଏଭଳି ଦାବି ପରେ ଛେଣ୍ଡିପଦା ଏନଏସି ହେବାର ଆଶା ଏକ ପ୍ରକାର ମଉଳି ଯାଇଛି । Advertisement
ଆମ ହସପିଟାଲ ଦାବିରେ ତହସିଲ ଅଫିସ ଘେରାଉ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାକୁ ଆମ ହସପିଟାଲ ଯୋଜନାରେ ସାମିଲ କରିବା ଦାବିରେ ଛେଣ୍ଡିପଦା ଠାରେ ଏହି ହସପିଟାଲ ଉପରେ ନିର୍ଭର କରୁଥିବା ପ୍ରାୟ…
ରେଳ ଚଳାଚଳ ନେଇ ତିନିଦଫା ଦାବି ଓ ଶାନ୍ତିପୂର୍ଣ୍ଣ ଧାରଣ ଅନୁଗୁଳ – ଅନୁଗୁଳ ଜିଲ୍ଲା ରେଳଷ୍ଟେଶନରେ ରବିବାର ଏକ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ଓଡ଼ିଶାର ସମସ୍ତ ରୁଟ୍ରେ ଦୀର୍ଘ ଦେଢ଼ ବର୍ଷ ଧରି ଲୋକାଲ ଟ୍ରେନ୍ ଚାଳାଚଳ…
ଶିକ୍ଷକ ଅଭାବ – ସ୍କୁଲରେ ପଡିଲା ତାଲା , ରାସ୍ତା ଅବରୋଧ ଅନୁଗୁଳ – ଅନୁଗୁଳ ବ୍ଲକ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅଭିଭାବକମାନେ ସୋମବାର ଦିନ ବିଦ୍ୟାଳୟ ଫାଟକରେ ତାଲା ପକାଇବା ସହ ବନ୍ତଳା-ଟିକରପଡା ରାସ୍ତା…