ଆଞ୍ଚଳିକ ବିଦ୍ୟୁତ ଆଘାତରେ ଦନ୍ତା ହାତୀ ମୃତ Angul OnlineJuly 9, 2021July 9, 2021 ଅନୁଗୁଳ – ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଳଗଡ଼ ଗାଁ ନିକଟ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ ଦେହ ପଡିଥିବା ଶୁକ୍ରବାର ଦେଖିବାକୁ ମିଳିଛି । ଏହାର ମୃତ୍ୟୁ ବିଦ୍ୟୁତ ଆଘାତ ଦ୍ୱାରା ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ତେବେ ଏହି ଘଟଣାରେ ବନ୍ତଳା ବନାଞ୍ଚଳ ପକ୍ଷରୁ ଜୈନିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବନ୍ତଳା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଳଗଡ଼ ପଞ୍ଚାୟତର ଲୋକେ ଚାଷ ବାସ କରି ପ୍ରାୟତଃ ନିଜର ଜୀବିକା ନିର୍ବାହ କରନ୍ତି । ଜଙ୍ଗଲକୁ ଲାଗି ଏହି ଗାଁର ପ୍ରାୟ ଚାଷ ଜମିଗୁଡିକ ରହିଛି । ଜଙ୍ଗଲୀ ପଶୁ ବହୁ ସମୟରେ ଚାଷ ଜମିକୁ ପଶି ଫସଲ ନଷ୍ଟ କରୁଥିବା ବେଳେ କେତେକ ସମୟରେ ଲୋକେ ଏହି ଜନ୍ତୁ ମାନଙ୍କ ଦାଉରୁ ଫସଲ ରକ୍ଷା ପାଇଁ ବିଦ୍ୟୁତ ତାର ମାଧ୍ୟମରେ ବାଡ଼ ଦେଇଥାନ୍ତି । ତେବେ ଶୁକ୍ରବାର ଏମିତି କିଛି ଘଟଣା ଘଟି ଏକ ଦନ୍ତାହାତୀର ପ୍ରାଣ ଯାଇଥିବା ଜଣାପଡିଛି । ତଳଗଡ଼ ଗାଁର ଯୋଗିନାଥ ପ୍ରଧାନ ନିଜର ଚାଷ ଜମିରେ ଫସଲ ରକ୍ଷା ପାଇଁ ବିଦ୍ୟୁତ ତାର ମାଧ୍ୟମରେ ବାଡ଼ ଦେଇଥିଲେ । ଫସଲ ଖାଇବାକୁ ଆସିଥିବା ବେଳେ ଏକ ଦନ୍ତାହାତୀ ଦେହରେ ବିଦ୍ୟୁତ ଆଘାତ ଲାଗି ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଯୋଗିନାଥଙ୍କୁ ବନବିଭାଗ ଅଟକ ରଖିଥିବା ବନ୍ତଳା ବନାଞ୍ଚଳ ଅଧିକାରୀ ମାଧବଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି । Advertisement
ଶିକ୍ଷକଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଅନୁଗୁଳ – ଅନୁଗୁଳ ବ୍ଲକ୍ ଇଙ୍କରବନ୍ଧ ଗାଁର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ପ୍ରଧାନ(୭୧)ଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ହୋଇଛି । କିଛିଦିନ…
ପୁଲିସ ଏସ୍.ଆଇ. ମାନଙ୍କ ଦୀକ୍ଷାନ୍ତ ସମାରୋହ(ଭିଡିଓ) ଅନୁଗୁଳ – ଅନୁଗୁଳ ପୁଲିସ ଟ୍ରେନିଂ କଲେଜ(ପିଟିସି)ରେ ୬୦ ତମ ଏସ୍ଆଇ ବ୍ୟାଚ୍ର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୁଲିସ…
କ୍ରାଡେଲ ବେବି ପଏଣ୍ଟରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ଅନୁଗୁଳ – ଅନୁଗୁଳ ସହରର ଏକ ଘରୋଇ ନର୍ସିଙ୍ଗ ହୋମ ଆଗରେ ଥିବା କ୍ରାଡେଲ ବେବି ପଏଣ୍ଟରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି । ସେଠାରେ…