ସ୍ୱାସ୍ଥ୍ୟ କରୋନା ଟିକା – ଗାଁରେ ଅଧିକ ଆଗ୍ରହ Angul OnlineJuly 27, 2021July 27, 2021 ଅନୁଗୁଳ – ଆବଶ୍ୟକତା ଠାରୁ କମ୍ ପରିମାଣରେ ଯୋଗାଣ ଯୋଗୁ ଅନୁଗୁଳ ଜିଲ୍ଲାରେ କରୋନା ଟିକାକରଣ କ୍ଷୀପ୍ର ଗତିରେ ହୋଇପାରୁ ନାହିଁ । ମଙ୍ଗଳବାର ଜିଲାରେ ୨ ହଜାର ୯୦୮ ଟି ଡୋଜ୍ ଟିକା ଦିଆଯାଇଛି । ଏଥି ସହିତ ଜିଲାରେ ମୋଟ ୩ ଲକ୍ଷ ୬୯ହଜାର ୧୨୫ଟି ଟିକା ଦିଆଗଲାଣି । ଏଥିରେ ୨ ଲକ୍ଷ ୯୯ ହଜାର ୩୩୨ଟି ପ୍ରଥମ ଡୋଜ୍ ରହିଥିବା ବେଳେ ୬୯ହଜାର ୭୯୩ ଟି ଦ୍ବିତୀୟ ଡୋଜ୍ ରହିଛି । ତେବେ ଏହି ଜିଲ୍ଲାରେ ଭିନ୍ନ ଏକ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଟିକା ପ୍ରତି ଅଧିକ ଆଗ୍ରହ ଦେଖାଦେଇଛି । ଗତ କିଛି ଦିନର ତଥ୍ୟକୁ ଦେଖିଲେ ଜଣାପଡ଼ୁଛି ଯେ, ସହରବାସୀଙ୍କ ତୁଳନାରେ ଗାଁ ବାସି ଟିକା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ସୋମବାର ଜିଲ୍ଲାର ସହରାଞ୍ଚଳରେ ୧୪୩୦ ଜଣ ଟିକା ନେଇଥିବା ବେଳେ ଗ୍ରାମାଞ୍ଚଳରେ ୧୭୬୨ ଜଣ ଟିକା ନେଇଛନ୍ତି । ଶନିବାର ସହରାଞ୍ଚଳରେ ୧୨୩୩ ଜଣ ଏବଂ ଗ୍ରାମାଞ୍ଚଳରେ ୨୦୩୨ ଜଣ ଟିକା ନେଇଥିବା ବେଳେ ଶୁକ୍ରବାର ସହରାଞ୍ଚଳରେ ୧୨୮୮ ଏବଂ ଗ୍ରାମାଞ୍ଚଳରେ ୨୦୭୨ଜଣ ଟିକା ନେଇଛନ୍ତି । ସେହିଭଳି ଗୁରୁବାର ସହରାଞ୍ଚଳରେ ୧୦୨୯ଜଣ ଟିକା ନେଇଥିବା ବେଳେ ସହରାଞ୍ଚଳରେ ୨୪୧୨ଜଣ ଟିକା ନେଇଛନ୍ତି । ଜିଲ୍ଲାରେ ଗତ କିଛି ଦିନ ହେଲା ଏହି ଧାରା ଜାରି ରହିଛି । ଗତ ୨୧ ତାରିଖରେ ସହରାଞ୍ଚଳରେ ୧୪୧୮ଜଣ ଟିକା ନେଇଥିବା ବେଳେ ଗ୍ରାମାଞ୍ଚଳରେ ଟିକା ନେଇଛନ୍ତି ୧୭୭୪ଜଣ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଗ୍ରାମାଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଟିକା ପ୍ରତି ଆଗ୍ରହ ରହିଛି । ଏପରିକି ଗ୍ରାମାଞ୍ଚଳରେ ସ୍ଲଟ ବୁକ କରି ଟିକା ନେବାକୁ ଯୁବ ଗୋଷ୍ଠୀ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି । Advertisement
ଚିନ୍ତା ବଢାଇଲାଣି କରୋନାର ଦ୍ଵିତୀୟ ଲହର – ଜିଲ୍ଲାରେ ବଢି ଚାଲିଛି ସଂକ୍ରମଣ ଅନୁଗୁଳ – ଶିଲ୍ପନଗରୀ ଅନୁଗୁଳ ଜିଲ୍ଲାରେ ବଢି ଛାଲିଛି କରୋନା ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ପୁଲିସ…
ସାମ୍ବାଦିକ ସ୍ବର୍ଗତ ରଘୁନାଥ ସାହୁଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଗୁଳ – ଅନୁଗୁଳ ମାଟିର ଜଣେ ଦକ୍ଷ ଓ ଯୁବ ସାମ୍ବାଦିକ ଥିଲେ ସ୍ବର୍ଗତ ରଘୁନାଥ ସାହୁ । ମାତ୍ର ଯୁବାବସ୍ଥାରେ ସ୍ବାସ୍ଥ୍ୟବସ୍ଥରେ ଅବନତି କାରଣରୁ ଗତବର୍ଷ…
ସ୍ୱାସ୍ଥ୍ୟ ଠିକା କର୍ମଚାରୀ କରିବେ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ସଦଭାବନା ଗୃହ ଠାରେ ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରି ସଂଘ ଅନୁଗୁଳ ଶାଖାର ସାଧାରଣ ପରିଷଦ ବୈଠକ…