ଅପରାଧ ଗୁଳି ମାଡରେ ଆହତ ଯୁବକଙ୍କ ମୃତ୍ୟୁ Angul OnlineJuly 27, 2021July 27, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ଗତ ୩୦ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଆହତ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେବେଠାରୁ ସେ କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ବଡକନ୍ତକୁଳ ଗ୍ରାମର ଅଖିଳ ବେହେରା ଓ ଶିଶିର ସାହୁଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ରହିଥିଲା । ଗତ ୩୦ ତାରିଖ ରାତି ପ୍ରାୟ ୧୦ଟା ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ବେଳେ ଶିଶିର ଉତକ୍ଷିପ୍ତ ହୋଇ ଏକ ଦେଶୀ ବନ୍ଧୁକରେ ଅଖିଳ ଉପରକୁ ଗୁଳି କରିଥିଲା । ଗୁଳିଟି ଅଖିଳଙ୍କ ବାମହାତରେ ବାଜିଥିଲା । ଗୁଳି ମାଡରେ ଆହତ ଅଖିଳଙ୍କୁ ପ୍ରଥମେ ବନ୍ତଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ପ୍ରଚୁର ରକ୍ତସ୍ରାବ ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ପରବର୍ତ୍ତୀ ସମୟରେ କଟକ ସ୍ଥାନାନ୍ତରିତ କରା ଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଅଖିଳଙ୍କ ମୃତ୍ୟୁ ହୋଇଛି । ସେପଟେ ଘଟଣା ଦିନ ଅଭିଯୋଗ ମିଳିବା ପରେ ବନ୍ତଳା ପୁଲିସ ଘଟଣାର ତଦନ୍ତ କରି ଶିଶିରକୁ ଗିରଫ କରିବା ସହ ତା ନିକଟରୁ ଦେଶୀ ବନ୍ଧୁକ ଜବତ କରିଥିଲା । Advertisement
ନବ ନିର୍ବାଚିତ ସରପଞ୍ଚଙ୍କ ସମେତ ପରିବାରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଗ୍ରାମ ରେ ନବ-ନିର୍ବାଚିତ ସରପଞ୍ଚଙ୍କ ସମେତ ପରିବାରର ୪ ଜଣଙ୍କୁ ଆକ୍ରମଣ ହୋଇଛି…
ଗୁଳି କରି ୬ ଲକ୍ଷ ଟଙ୍କା ଲୁଟ ଅନୁଗୁଳ – ଅନୁଗୁଳ ଟାଉନ ଥାନା କୁରୁଡୁଲୁ ନିକଟରେ ଗୁଳିମାଡ ଓ ଭୁଜାଲିରେ ଆକ୍ରମଣ କରି ମଦ ଦୋକାନ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ହୋଇଥିବା ଅଭିଯୋଗ…
ବାଘ ଶିକାର କରି ଚାରି ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ମହାବଳ ବାଘଙ୍କ ପରେ କଲରାପତରିଆ ବାଘ ଉପରେ ବିପଦ ପଡିଛି । ଗତ ସପ୍ତାହରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଦୁଇଟି କଲରାପତରିଆ…