ଅପରାଧ ଗୁଳି ମାଡରେ ଆହତ ଯୁବକଙ୍କ ମୃତ୍ୟୁ Angul OnlineJuly 27, 2021July 27, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ଗତ ୩୦ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଆହତ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେବେଠାରୁ ସେ କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ବଡକନ୍ତକୁଳ ଗ୍ରାମର ଅଖିଳ ବେହେରା ଓ ଶିଶିର ସାହୁଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ରହିଥିଲା । ଗତ ୩୦ ତାରିଖ ରାତି ପ୍ରାୟ ୧୦ଟା ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ବେଳେ ଶିଶିର ଉତକ୍ଷିପ୍ତ ହୋଇ ଏକ ଦେଶୀ ବନ୍ଧୁକରେ ଅଖିଳ ଉପରକୁ ଗୁଳି କରିଥିଲା । ଗୁଳିଟି ଅଖିଳଙ୍କ ବାମହାତରେ ବାଜିଥିଲା । ଗୁଳି ମାଡରେ ଆହତ ଅଖିଳଙ୍କୁ ପ୍ରଥମେ ବନ୍ତଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ପ୍ରଚୁର ରକ୍ତସ୍ରାବ ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ପରବର୍ତ୍ତୀ ସମୟରେ କଟକ ସ୍ଥାନାନ୍ତରିତ କରା ଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଅଖିଳଙ୍କ ମୃତ୍ୟୁ ହୋଇଛି । ସେପଟେ ଘଟଣା ଦିନ ଅଭିଯୋଗ ମିଳିବା ପରେ ବନ୍ତଳା ପୁଲିସ ଘଟଣାର ତଦନ୍ତ କରି ଶିଶିରକୁ ଗିରଫ କରିବା ସହ ତା ନିକଟରୁ ଦେଶୀ ବନ୍ଧୁକ ଜବତ କରିଥିଲା । Advertisement
ଲାଞ୍ଚ ନେବା ବେଳେ ପୁଲିସ ଏ.ଏସ୍.ଆଇ.କୁ ଗିରଫ କଲା ଭିଜିଲାନସ ଅନୁଗୋଳ – ଭିଜିଲାନ୍ସ ଜାଲରେ ପୁଣି ଜଣେ ପୁଲିସ ବାବୁ । ଅନୁଗୋଳ ଜିଲ୍ଲା କିଆକଟା ଥାନା ଏ.ଏସ୍.ଆଇ. ନବୀନ କୁମାର ଶତପଥୀ ବୌଦ୍ଧ ବସଷ୍ଟାଣ୍ଡ…
ଦିନ ଦ୍ଵିପହରରେ ଘରେ ପଶି କଳାକନା ବୁଲାଇଲେ ଚୋର ଅନୁଗୁଳ – ଅନୁଗୁଳ ସହରରେ ପ୍ରତ୍ୟେକ ଦିନ ଲୁଟେରାଙ୍କ ଉତ୍ପାତ କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି । ଆଜି(ଶନିବାର) ଅନୁଗୁଳ ଉପକଣ୍ଠ ଗୀତାଗ୍ରାମରେ ଘରେ କେହି…
ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ-ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ଚାଙ୍ଗୁଡ଼ିଆ ପଞ୍ଚାୟତର କଂକୁରପାଳ ଗ୍ରାମ ବଡଯୋରା ନାଳ ଅବବାହିକାରେ ଚଢାଉ…