ଅପରାଧ ତୀର ମାଡରେ ଯୁବକ ଗୁରୁତର Angul OnlineOctober 5, 2021October 5, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ଜଣେ ଯୁବକଙ୍କୁ ତୀର ମାଡ ହୋଇଥିବା ବେଳେ ତୀର ଲାଗିଥିବା ଅବସ୍ଥାରେ ସେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ସୂଚନା ଅନୁସାରେ କୁଣ୍ଢେଇଗୋଳା ଥାନା ଅଞ୍ଚଳର ଶିବ ନାୟକ ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଗତ କାଲି ରାତିରେ ସେ କୌଣସି କାମରେ ବାହାରକୁ ଯାଇଥିବା ବେଳେ ହଠାତ ତାଙ୍କ ଡାହାଣ କାନ୍ଧରେ ଏକ ତୀର ଆସି ବାଜିଥିଲା । ଗୁରୁତର ଅବସ୍ଥାରେ ଶିବ ନାୟକଙ୍କୁ ସ୍ଥାନୀୟ ଲୋକମାନେ ଚିକିତ୍ସା ନିମନ୍ତେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଭଲ ଥିବା ବେଳେ ଜନ୍ତୁ ଶିକାର କରିବା ଉଦ୍ୟେଶରେ ତୀର ମରା ଯାଇଥିବା ସନ୍ଦେହ କରା ଯାଉଛି । Advertisement
ଅନୁଗୁଳରେ ଅଭାବନୀୟ ଘଟଣା – କୂଅରେ ପକାଇ ୩ ମାସର ଯାଆଁଳା ଶିଶୁଙ୍କୁ ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ମୁଣ୍ଡାଢିପ ଗାଁରେ ବୁଧବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । କୌଣସି କାରଣରୁ…
ସହର ଉପରେ ଚଲିଥିଲା ଜୁଆ ଆଡା – ୬ ଜୁଆଡି ଗିରଫ ହେବା ସହ ଟଙ୍କା ମୋଟରସାଇକେଲ ଜବତ ଅନୁଗୁଳ – ଅନୁଗୁଳ ସହର ବିଇଡି କଲେଜ ପଛ ପାଖରେ ଥିବା ବସ୍ତିରେ ଚାଲିଥିବା ଏକ ଜୁଆ ଆଡା ଉପରେ ଆଜି ଅନୁଗୁଳ ପୋଲିସ ଚଢ଼ାଉ କରି…
ଗୋଦାମରୁ ଚୋରି ଅଭିଯୋଗରେ ପାଞ୍ଚ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଖଲାରୀ ଅଞ୍ଚଳର ଏକ ଗୋଦାମରୁ ଦୁଇଚକିଆ ଯାନର ସ୍ପେୟାର ପାର୍ଟସ ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ ୫…