ଅପରାଧ ତୀର ମାଡରେ ଯୁବକ ଗୁରୁତର Angul OnlineOctober 5, 2021October 5, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ଜଣେ ଯୁବକଙ୍କୁ ତୀର ମାଡ ହୋଇଥିବା ବେଳେ ତୀର ଲାଗିଥିବା ଅବସ୍ଥାରେ ସେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ସୂଚନା ଅନୁସାରେ କୁଣ୍ଢେଇଗୋଳା ଥାନା ଅଞ୍ଚଳର ଶିବ ନାୟକ ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ରହି ଶ୍ରମିକ ଭାବେ କାମ କରୁଥିଲେ । ଗତ କାଲି ରାତିରେ ସେ କୌଣସି କାମରେ ବାହାରକୁ ଯାଇଥିବା ବେଳେ ହଠାତ ତାଙ୍କ ଡାହାଣ କାନ୍ଧରେ ଏକ ତୀର ଆସି ବାଜିଥିଲା । ଗୁରୁତର ଅବସ୍ଥାରେ ଶିବ ନାୟକଙ୍କୁ ସ୍ଥାନୀୟ ଲୋକମାନେ ଚିକିତ୍ସା ନିମନ୍ତେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଭଲ ଥିବା ବେଳେ ଜନ୍ତୁ ଶିକାର କରିବା ଉଦ୍ୟେଶରେ ତୀର ମରା ଯାଇଥିବା ସନ୍ଦେହ କରା ଯାଉଛି । Advertisement
ଓକିଲଙ୍କୁ ଆକ୍ରମଣ କରିବା ଅଭିଯୋଗରେ ୬ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଜଣେ ଓକିଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି । ପୁଲିସ ସୂଚନା ଅନୁସାରେ, ଅନୁଗୁଳ ସଦର…
ଗଞ୍ଜେଇ ସହ ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇ ୨୨ କେଜି ଗଞ୍ଜେଇ ଜବତ କରା ଯାଇଥିବା ବେଳେ…
କାନ ଫୁଲ ଆଉ ଚେନ ପାଇଁ ବୃଦ୍ଧାଙ୍କୁ ମାରିଦେଲେ !!!! ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କାନ ଫୁଲ ଓ ସୁନା ଚେନ ଲୁଟ ପରେ ଜଣେ ବୃଦ୍ଧାଙ୍କୁ…