ମୁଖ୍ୟ ଖବର ପୋଖରୀରେ ବୁଡି ଦୁଇ ନାବାଳିକା ମୃତ Angul OnlineOctober 7, 2021October 7, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା କୁରୁମଛକ ଠାରେ ଏକ ଅଭାବନୀୟ ଘଟଣା ଘଟିଛି । କୁରୁମଛକ ନିକଟସ୍ଥ ଏକ ପୋଖରୀରେ ବୁଡି ଗାଁର ଦୁଇ ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗାଁର ଘନଶ୍ୟାମ ସାହୁଙ୍କ ଝିଅ ବର୍ଷା ଓ ଦୟାନିଧି ପ୍ରଧାନଙ୍କ ଝିଅ ଜ୍ୟୋତି ପୋଖରୀକୁ ଗାଢେଇବାକୁ ଯାଇଥିଲେ । ତେବେ ଉଭୟ ପୋଖରୀରେ ବୁଡି ଯାଇଥିଲେ । ସେହି ପୋଖରୀ ଦେଇ ଯାଉଥିବା ଜଣେ ଗୋରୁ ଚରାଳୀ ଉଭଯଙ୍କୁ ପାଣିରେ ଭାସୁଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ । ଗାଁ ଲୋକ ଦୁଇ ନାବାଳିକାଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ଠାକୁରଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳାଇ ଦେଇଛି । Advertisement
ଶୈଳଶ୍ରୀକ୍ଷେତ୍ର ଆୟ ୪୧ ଲକ୍ଷ – ବ୍ୟୟ ୪୦ ଲକ୍ଷ ଅନୁଗୁଳ – ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । କମିଟିର ସଭାପତି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ…
ଡ୍ରଗ୍ସ ମୁକ୍ତ ଅନୁଗୁଳ ଉପରେ ନୁଆଁ ଏସ.ପି.ଙ୍କ ଗୁରୁତ୍ୱ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି ସକାଳ ପ୍ରାୟ ୧୧ଟା ବେଳେ ଏସ.ପି. ଭାବେ ଯୋଗ ଦେଇଛନ୍ତି ଶୁଧାଂଶୁ ଶେଖର ମିଶ୍ର । ଏହାପରେ ଜିଲ୍ଲାର ବରିଷ୍ଠ…
ଖଣିରେ ଦୁର୍ଘଟଣା – ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣିର ସାଇଲୋ ରାସ୍ତାରେ MCL ର ପାଣି ଡମ୍ଫର ମାଡିଯାଇ ଜଣେ ଖଣି କର୍ମଚାରୀଙ୍କ ମୃତ୍ୟୁ…