ମୁଖ୍ୟ ଖବର କରୋନା ନେଲା ଯୋଦ୍ଧାଙ୍କ ଜୀବନ Angul OnlineOctober 13, 2021October 13, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର କରୋନା ଆଉ ଜଣେ ଯୋଦ୍ଧାଙ୍କ ଜୀବନ ନେଇଛି । ମୃତକ ଜଣଙ୍କ ହେଲେ ଅନୁଗୁଳ ରିଜର୍ଭ କାର୍ଯ୍ୟାଳୟରେ କନେଷ୍ଟବଳ ଭାବେ କାର୍ଯ୍ୟରତ ସତ୍ୟବାଦୀ ଦେହୁରୀ । ତାଙ୍କ ନିଜସ୍ଵ ଘର ଛେଣ୍ଡିପଦା ଥାନା ବସନ୍ତପୁର । ସେ ଦୀର୍ଘଦିନ ଧରି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଆଜି ରାତି ପ୍ରାୟ ୧୧ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ପୁଲିସ ବିଭାଗ ସମେତ ଗାଁ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସତ୍ୟବାଦୀ ଜଣେ ଭଲ ଭଲିବଲ ଖେଳାଳି ଭାବିବେ ଜିଲ୍ଲାରେ ବେଶ ଜଣାଶୁଣା ଥିଲେ । ଏହା ସହ ଜଣେ ମିଷ୍ଟଭାଷୀ , ଆମାୟିକ ଓ ପରୋପକାରୀ ଭାବରେ ତାଙ୍କର ବେଶ ସୁନାମ ଥିଲା । Advertisement
ଦୁର୍ଘଟଣାରେ ଦୁଇ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ତାଳଚେର ବ୍ଲକ୍ ଅନ୍ତର୍ଗତ କଳମଛୁଇଁ ଗ୍ରାମ ନିକଟରେ ପାଣି ଟ୍ୟାଙ୍କର…
ଜିଲ୍ଲା ପୁଲିସରେ ପୁଣି ଅଦଳବଦଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସରେ ପୁଣି ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ୩ ଜଣ ଏସ୍ଆଇ ଓ ୭ ଜଣ ଏଏସ୍ଆଇଙ୍କୁ ବଦଳି…
ଦୁର୍ଘଟଣାରେ ଜଣେ ମୃତ – ବାପ-ପୁଅ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ମାଣପୁର ଗ୍ରାମ ନିକଟରେ ଆଜି ସନ୍ଧ୍ୟାରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ବାପ ଓ ପୁଅ ଆହତ…