ଆଞ୍ଚଳିକ କେ ଆର ଏଣ୍ଟରପାଇଜେସ ପ୍ଲାଣ୍ଟ ନାମରେ ଗୁରୁତର ଅଭିଯୋଗ ଆଣିଲେ ସମାଜସେବୀ Angul OnlineNovember 10, 2021November 10, 2021 ଅନୁଗୁଳ – ଯୁବ ସମାଜସେବୀ ସଂଗଠନ (ତାଳଚେର)ର ସଭାପତି ଜତିନ କୁମାର ମହାନ୍ତି କେ ଆର ଏଣ୍ଟରପାଇଜେସ କଂପାନୀ ନାମରେ ଆଣିଛନ୍ତି ଗୁରୁତର ଅଭିଯୋଗ । ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନ ତାଳଚେର ଆଟୋନମସ୍ କଲେଜ ଓ ଏନ ଏଚ ର ବିପରିତ ପାର୍ଶ୍ବରେ ଥିବା କେ ଆର ଏଣ୍ଟରପାଇଜେସ କୋଲ ୱାସରି ପ୍ଲାଣ୍ଟ ବେଆଇନ୍ ଭାବେ ଚାଲି ଥିବା ସେ ଅଭିଯୋଗ କରିଛନ୍ତି । ଉକ୍ତ ପ୍ଲାଣ୍ଟକୁ କେବଳ ରିଜେକ୍ଟ କୋଇଲାକୁ ଗୁଣ୍ଡକରି ପୁଣି ପ୍ରଦୂଷଣ ଫ୍ରି କୋଇଲା ପ୍ରସ୍ତୁତ କରିବା ପାଇଁ ଅନୁମତି ମିଳିଛି । ଏହାଛଡା କୋଲୱାସେରି ଚଲାଇବା ପାଇଁ ବିଭାଗ ତରଫରୁ ଏକ ପରିବେଶ କ୍ଲିଅରାନ୍ସ ସାର୍ଟିଫିକେଟର ଅନୁମୋଦନ ଆଣିବାକୁ ପଡ଼ିଥାଏ । ଏହି ପ୍ଲାଣ୍ଟ ପାଖରେ ଏହି ସାର୍ଟିଫିକେଟ ନଥାଇ ମଧ୍ୟ ମାସରେ ଲକ୍ଷ ଲକ୍ଷ ଟନ ଭଲ କୋଇଲା ଏମ ସି ଏଲ ରୁ ଯିବା ସହିତ ପ୍ଲାଣ୍ଟ ଚାଲୁ ରହିଛି । ଏହା ଦ୍ବାରା ପରିବେଶ ଦୂଷିତ ହେଉଅଛି । ପାଖରେ ଚାଉଳିଆକୁଦା ବସ୍ତିବାସିନ୍ଦା ଓ ତାଳଚେର କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏପରି ଅଭିଯୋଗ ଆଣିଛନ୍ତି ତାଳଚେର ଯୁବ ସମାଜ ସେବୀ ସଂଗଠନ । ସଂଗଠନର ଅଭିଯୋଗ ଅନୁଯାୟୀ ଏମ ସି ଏଲ ର ଡି ଡି ଏମ ଓ ରାଜ୍ୟ ପ୍ରଦ୍ୟୁଷଣ ବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ ବେଆଇନ ପ୍ଲାଣ୍ଟ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନାହିଁ । କେ ଆର ପ୍ଲାଣ୍ଟ ଵିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସଂଗଠନ ଏନ ଜି ଟି ପାଖରେ ଅଭିଯୋଗ କରିବ ବୋଲି ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନ ସମ୍ପାଦକ ପ୍ୟାରୀ କ୍ଷିତିଶ ସାହୁ , ସଦସ୍ୟ ସିପୁନ ପ୍ରଧାନ ଉପସ୍ଥିତ ଥିଲେ । Advertisement
ଅଭିପଶାଙ୍କୁ ରାଜ୍ୟ ପୁରସ୍କାର ଅନୁଗୁଳ – ଅନୁଗୁଳ ଜିଲ୍ଲାର ସର୍ବ ପୁରାତନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରୋଟାରୀ ପଵ୍ଲିକ ସ୍କୁଲ , ଅନୁଗୁଳ ପରିସରରେ ଶିଶୁ ଦିଵସ ପାଳିତ ହୋଇଯାଇଛି ।…
ରେଳ ଧାରଣାରୁ ରେଲୱେ କର୍ମଚାରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ରେଳ କର୍ମଚାରୀଙ୍କ ଖଣ୍ତ ବିଖଣ୍ତିତ ମୃତ ଦେହ ଉଦ୍ଧାର ହୋଇଛି ।…
ମହିଳା ଏବଂ ବାଳିକାମାନଙ୍କର ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ଯ୍ୟକ୍ରମ ଆରମ୍ଭ ଆର୍ଥିକ ଦୁର୍ବଳ ବର୍ଗର ମହିଳା ଏବଂ ଯୁବତୀ ମାନଙ୍କ ଦକ୍ଷତା ବିକାଶ ଓ ଶିକ୍ଷା ନିମନ୍ତେ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ସହାୟତା ପ୍ରଦାନ କରାଯିବ ସହାୟତା ପାଇଁ ଇଚ୍ଚୁକ ମହିଳା ଏବଂ ଯୁବତୀ ମାନେ ଫାଉଣ୍ଡେସନର ୱେବସାଇଟ୍ ଯାଇ ଆବେଦନ କରିପାରିବେ ଭୁବନେଶ୍ୱର – ଆନ୍ତର୍ଜାତୀୟ…