ସମସ୍ୟା ଟ୍ରେନ୍ ଚଳାଚଳ ସ୍ଵାଭାବିକ ଦାବି Angul OnlineNovember 17, 2021November 17, 2021 ଅନୁଗୁଳ – ଏସୟୁସିଆଇ (କମ୍ୟୁନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଟ୍ରେନ୍ ଚଳାଚଳ ସ୍ଵାଭାବିକ ଦାବିରେ ଷ୍ଟେସନ ନିକଟରେ ଧାରଣା ଦିଆଯାଇଛି । କରୋନା ସଂକ୍ରମଣ କମିବା ପରେ ସାଧାରଣ ଜୀବନଯାତ୍ରା ଅନେକାଂଶରେ ସ୍ଵାଭାବିକ ହୋଇଛି । ଅର୍ଥନୀତିର ଜୀବନରେଖା କୁହାଯାଉଥିବା ରେଳପଥରେ ଅନେକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି । କିନ୍ତୁ ପୂର୍ବରୁ ଅନୁଗୁଳ ପୁରୀ ମେମୁ ଟ୍ରେନ୍ ଅନୁଗୁଳ ଚଳାଚଳ କରୁଥିବାବେଳେ ବର୍ତ୍ତମାନ ଅନୁଗୁଳ ନଆସି ତାଳଚେରଠାରୁ ଚଳାଚଳ କରୁଛି । ଏହି ଟ୍ରେନ୍ ଉପରେ ସହର ସମେତ ଆଖପାଖ ଅଞ୍ଚଳର ବହୁଲୋକ ଭୁବନେଶ୍ଵର, ପୁରୀ, ଢେଙ୍କାନାଳ, କଟକ ଦୈନିକ ଯିବାଆସିବା କରିଥାନ୍ତି । ହେଲେ ଟ୍ରେନ୍ ଅନୁଗୁଳ ଷ୍ଟେସନ ଆସୁ ନଥିବାରୁ ଯାତ୍ରୀମାନେ ବହୁ ହଇରାଣ ହେଉଛନ୍ତି । ଅପରପକ୍ଷରେ ସମ୍ବଲପୁର-ପୁରୀ ଇରସିଟି ଏକ୍ସପ୍ରେସ ଟ୍ରେନ ମଧ୍ୟ ଚଳାଚଳ କରୁନାହିଁ । ଅନୁଗୁଳ-ପୁରୀ ଟ୍ରେନ ଅନୁଗୁଳ ଠାରୁ ଚଳାଚଳ କରାଇବା, ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ ତୁରନ୍ତ ଚଳାଚଳ କରିବା, ଷ୍ଟେସନ ଗୁଡିକରେ ଅଣସଂରକ୍ଷିତ ଟିକେଟ୍ ଉପଲବ୍ଧ କରାଯିବା ଆଦି ଦାବିରେ ସଂଗଠନ ପକ୍ଷରୁ ଆଜି ସକାଳୁ ଧାରଣା ଦିଆଯାଇଛି । ଏ ଦିଗରେ ୧୫ଦିନ ଭିତରେ ବାସ୍ତବ ପଦକ୍ଷେପ ଗ୍ରହଣ କରାନଗଲେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି । Advertisement
ଗାଁ କୁ ଗାଁ ହାତୀ ଘଉଡାଇ ଜଙ୍ଗଲ ବିଭାଗ ଏବେ ଗୋପାଳ ସାଜିଛି – ସାମାଜିକ ସୁରକ୍ଷା ମଞ୍ଚ ଅନୁଗୁଳ – ହାତୀ ଯୋଗୁଁ ଅନୁଗୁଳବାସୀଙ୍କ ଧନ ଜୀବନ ଅସୁରକ୍ଷିତ ହୋଇ ପଡିଛି । ଅନେକ ସମୟରେ ହାତୀ ପଲ ଜନ ବସତି ମୁହାଁ ହେଉଥିବା ବେଳେ…
ତୈଳଦର ବୃଦ୍ଧି ବିରୁଦ୍ଧରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ ଅନୁଗୁଳ – ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ୍ ଓ ନିତ୍ୟବ୍ୟବହାର୍ଯ୍ୟ ଜନିଷର ଆକାଶଛୁଆଁ ମୂଲ୍ୟବୃଦ୍ଧି ବିରୁଦ୍ଧରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଡାକରା ଦିଆଯାଇଥିବା ସାରା ଓଡିଶା ପ୍ରତିବାଦ ଦିବସ ଉପଲକ୍ଷେ…
ରାସ୍ତାଘାଟ, ଗଳିକନ୍ଦିରେ ବୁଲୁଛନ୍ତି ଗାଈ ଓ ଷଣ୍ଢ – ବଢୁଛି ଦୁର୍ଘଟଣା ଅନୁଗୁଳ – ସହରର ଯେଉଁଠି ଦେଖିବ ଗାଈ ଗୋରୁ । ରାସ୍ତା ଉପରେ ଶୋଇ ରହୁଛନ୍ତି ଏହି ବୁଲା ଗାଈ ଗୋରୁ । ଏହି ଗାଈ ଗୋରୁଙ୍କ…