ମୁଖ୍ୟ ଖବର ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଅଭୟାରଣ୍ୟ ଭିତରୁ ଉଦ୍ଧାର Angul OnlineDecember 21, 2021December 21, 2021 ଅନଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା କରଡାପଡା ଗ୍ରାମରୁ ଦାନ୍ତକାଠି ଆଣିବାକୁ ଯାଇ ଦୁଇ ଦିନ ତଳେ ନିଖୋଜ ହୋଇ ଯାଇଥିବା ଜଣେ ବ୍ୟକ୍ତିଙ୍କ ଗଳିତ ଶବ ଆଜି ଉଦ୍ଧାର ହୋଇଛି । ମୃତକ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ କରଡାପଡା ଗ୍ରାମର ୫୦ ବର୍ଷୀୟ ବିଦ୍ୟାଧର ବେହେରା ଗତ ରବିବାର ଦିନ ପ୍ରାୟ ଏଗାରଟା ବେଳେ ଜଙ୍ଗଲକୁ ଦାନ୍ତକାଠି ସଂଗ୍ରହ କରିବାକୁ ଯାଇଥିଲେ । ତେବେ ସେହିଦିନଠାରୁ ସେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ଖୋଜାଖୋଜି କରି ନିରାଶ ହେବା ପରେ ପୁରୁଣାକୋଟ ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳୁ ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଗଇଁଦି ନିକଟରେ ଥିବା ମୁଣ୍ଡାପଡ଼ିଆ ଠାରେ ବିଦ୍ୟାଧରଙ୍କର କ୍ଷତବିକ୍ଷତ ମୃତଦେହ ପଡ଼ିଥିବାର ଠାବ କରିଥିଲେ । ଘଟଣା ସ୍ଥଳରେ ହାତୀର ମଳ ପଡ଼ିଥିବାରୁ ବିଦ୍ୟାଧରଙ୍କୁ ହାତୀ ମାରିଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଖବର ମିଳିବା ପରେ ଏସିଏଫ ଶ୍ରୀ ଶୁଭେନ୍ଦୁ ବେହେରା , ବନ୍ତଳା ଅଧିକାରୀ ଶ୍ରୀ ମାଗୁଣୀ ବେହେରା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ତେବେ ବିଦ୍ୟାଧରଙ୍କ ମୃତ୍ୟୁ କିଭଳି ହୋଇଛି ତାହା ତଦନ୍ତ ପରେ ଜଣା ପଡିବ ବୋଲି ବନ ବିଭାଗ ଓ ପୁଲିସ କହିଛି । Advertisement
ପ୍ରତିରକ୍ଷା ସଂଗଠନ ପକ୍ଷରୁ ମକ୍ ଡ୍ରିଲ୍ ତାଳଚେର – ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା। ଯାହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି।…
ନର୍ସିଂ କଲେଜର ହଷ୍ଟେଲ୍ ରେ ଫାଟିଲା ଗ୍ଯାସ ଟାଙ୍କି ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳର ଇନ୍ଦ୍ରହରିନଗରରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରେ ଗ୍ୟାସ୍ ଟାଙ୍କି ଫାଟି ଅଗ୍ନିକାଣ୍ଡ ହୋଇଛି ।…
ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ଯୁ ହୋଇଛି । ମୃତକ ଜଣଙ୍କ ହେଲେ ଗୁରୁଧି ଗ୍ରାମର…