ମୁଖ୍ୟ ଖବର ଘରୁ ଟାଣି ନେଇ କଚାଡି ଦେଲା ହାତୀ – ଜଣେ ମୃତ Angul OnlineDecember 28, 2021December 28, 2021 ପାଲଲହଡା – ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଗ୍ରାମରେ ଦାନ୍ତ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ସେହି ଗ୍ରାମର ୫୬ବର୍ଷୀୟ ପିତାମ୍ବର ସାମଲ ବୋଲି ଜଣା ପଡିଛି । ଗତ ରାତିରେ ପିତାମ୍ବର ଖାଇ ସାରି ଶୋଇଥିବାବେଳେ ଏକ ଦାନ୍ତ ହାତୀ ଗାଁରେ ପଶିଥିଲା । ଘରେ ଥିବା ଧାନ ଖାଇବା ପାଇଁ ପିତାମ୍ବରଙ୍କ ଘରକୁ ପଶିଥିଲା । ଘରେ ଥିବା ଧାନ ଖାଇ ସାରିବାପରେ ପିତାମ୍ବରଙ୍କୁ ଘରୁ ଘୋଷଡି ଆଣି କଚାଡି ପାଦରେ ଦଳି ଦେଇଥିବା ପରିବାର ଲୋକେ କହିଛନ୍ତି । ପରେ ପିତାମ୍ବରଙ୍କ ଚିତ୍କାର ଶୁଣି ପରିବାର ଲୋକେ ଏବଂ ଗ୍ରାମବାସୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ପିତାମ୍ବରଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଅଧିକାରୀ ମାନେ ପହଞ୍ଚି ତଦନ୍ତ କରିଛନ୍ତି । Advertisement
ବିଧାୟକଙ୍କ ଉପରେ ପଞ୍ଚାୟତ ପ୍ରତିନିଧି ଖପା – ଦେଲେ ଇସ୍ତଫା ଚେତାବନୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପଞ୍ଚାୟତ ସମିତି ୭ ନମ୍ବର ଜୋନର ତ୍ରୀସ୍ତରୀୟ ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟରୁ କିଛି ପ୍ରତିନିଧି ମାନେ ସ୍ଥାନୀୟ ବିଧାୟକଙ୍କ…
ବଜ୍ରପାତରେ ଆଇ ଟି ଆଇ ଛାତ୍ର ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବଡକେରଜାଙ୍ଗ କଦମ୍ବପଡା ଗ୍ରାମର ଜଣେ ଆଇ ଟି ଆଇ ଛାତ୍ର ଦୁଷ୍ମନ୍ତ ସାହୁଙ୍କ ମଙ୍ଗଳବାର ଅପରାହ୍ନ…
ଭକ୍ତ ବିନା ପୂଜା ପାଇବେ ମା’ ଅଗ୍ନିସ୍ଵରୂପା ହିଙ୍ଗୁଳା ତାଳଚେର – ଚଳିତ ବର୍ଷ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । କୋଭିଡର ଭୟାବହତାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି…