ମୁଖ୍ୟ ଖବର ଘରୁ ଟାଣି ନେଇ କଚାଡି ଦେଲା ହାତୀ – ଜଣେ ମୃତ Angul OnlineDecember 28, 2021December 28, 2021 ପାଲଲହଡା – ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଗ୍ରାମରେ ଦାନ୍ତ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ସେହି ଗ୍ରାମର ୫୬ବର୍ଷୀୟ ପିତାମ୍ବର ସାମଲ ବୋଲି ଜଣା ପଡିଛି । ଗତ ରାତିରେ ପିତାମ୍ବର ଖାଇ ସାରି ଶୋଇଥିବାବେଳେ ଏକ ଦାନ୍ତ ହାତୀ ଗାଁରେ ପଶିଥିଲା । ଘରେ ଥିବା ଧାନ ଖାଇବା ପାଇଁ ପିତାମ୍ବରଙ୍କ ଘରକୁ ପଶିଥିଲା । ଘରେ ଥିବା ଧାନ ଖାଇ ସାରିବାପରେ ପିତାମ୍ବରଙ୍କୁ ଘରୁ ଘୋଷଡି ଆଣି କଚାଡି ପାଦରେ ଦଳି ଦେଇଥିବା ପରିବାର ଲୋକେ କହିଛନ୍ତି । ପରେ ପିତାମ୍ବରଙ୍କ ଚିତ୍କାର ଶୁଣି ପରିବାର ଲୋକେ ଏବଂ ଗ୍ରାମବାସୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ପିତାମ୍ବରଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଅଧିକାରୀ ମାନେ ପହଞ୍ଚି ତଦନ୍ତ କରିଛନ୍ତି । Advertisement
ପିକଅପ ଭ୍ୟାନ ଧକ୍କାରେ ୪ ବର୍ଷର ନାବାଳକର ମୃତ୍ଯୁ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ମାଳିପଦର ଗ୍ରାମରେ ପିକଅପ ଭ୍ୟାନ ଧକ୍କାରେ ୪ ବର୍ଷର ନାବାଳକର ମୃତ୍ଯୁ ହୋଇଛି । ମୃତ ନାବାଳକ ତନ୍ମୟ…
ଭାରିଯାନ ଚଳାଚଳ ଉପରେ ଗ୍ରାମବାସୀ ଲଗାଇଲେ କଟକଣା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା କୋଶଳା ଦେଇ ଯାଇଥିବା ରାଜ୍ୟ ରାଜପଥରେ ଅନେକ ଦିନ ହେଲା କୋଇଲା ଗାଡି ଚଳାଚଳ କରୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି…
ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ମୁଣ୍ଡୁରୀବେଡା ରାସ୍ତା କଡ଼ରୁ ଏକ ଶିଶୁ ପୁତ୍ର ଉଦ୍ଧାର ହୋଇଥିଲା । ମୁଣ୍ଡୁରୀ ବେଡା ଗ୍ରାମର କିଛି ଆଦିବାସୀ…