ରାଜନୀତି କଂଗ୍ରେସ ଘୋଷଣା କଲା ନଗରପାଳ ପାଇଁ ପ୍ରାର୍ଥୀ Angul OnlineMarch 4, 2022March 4, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପାର୍ଟି ପକ୍ଷରୁ ପୂର୍ବତନ କାଉନସିଲର ତଥା ସମାଜସେବୀ ବଲବୀର ସିଂହଙ୍କୁ ଆସନ୍ତା ପୌର ନିର୍ବାଚନ ପାଇଁ ଅନୁଗୁଳ ନଗରପାଳ ପ୍ରାର୍ଥୀ ରୂପେ ଚୟନ କରାଯାଇଛି । ଶୁକ୍ରବାର ଅନୁଗୁଳ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୁଚନା ଦିଆଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ବିପ୍ଳବ ଜେନାଙ୍କ ସମେତ ଏହି ସମ୍ମିଳନୀରେ ଦଳର ଉପସଭାପତି ତପନ ପ୍ରଧାନ , ଓବିଶି ସେଲ ଅଧ୍ୟକ୍ଷ ଜିତେନ୍ଦ୍ର ସାହୁ ଓ ନଗର କଂଗ୍ରେସ ସଭାପତି ସୁଦୀପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ପୌର ନିର୍ବାଚନରେ ବଲବୀରଙ୍କ ନେତୃତ୍ୱରେ କଂଗ୍ରେସ ଭଲ ଫଳାଫଳ କରିବ ବୋଲି ଜିଲ୍ଲା ସଭାପତି ବିପ୍ଲବ ଜେନା କହିବା ସହ ଖୁବ ଶୀଘ୍ର କାଉନସିଲର ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରାଯିବ ବୋଲି କହିଛନ୍ତି । Advertisement
ଜାତୀୟ ରାଜପଥକୁ ଦୋଷ ଦେଇ ନିଜର ଦୋଷ ଦୁର୍ବଳତାକୁ ଲୁଚାଉଛି ରାଜ୍ଯ – ଅଭିଯୋଗ କଲା ବିଜେପି ଅନୁଗୁଳ – ରାଜ୍ୟ ସରକାର ଅନୁଗୁଳ ଜିଲ୍ଲାର ବିକାଶ ତଥା ଗମନାଗମନର ସୁବିଧା ପ୍ରତି ଆଖି ବୁଜି ଦେଇଛନ୍ତି । ଜିଲ୍ଲାରେ ରାଜ୍ୟ ସରକାରଙ୍କ ଅନେକ ପ୍ରକଳ୍ପ…
ବ୍ରଜ ଓ ନଲିନୀଙ୍କୁ ନବୀନ ଦେଲେ ଗୁରୁଦାୟିତ୍ଵ ଭୁବନେଶ୍ୱର – ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଦଳର ବିଧାୟକ ମାନଙ୍କୁ ବିଭାଗ ଆବଣ୍ଟନ କରିଛନ୍ତି । ଯେଉଁସବୁ ବିଧାୟକମାନଙ୍କୁ ଯେଉଁ ବିଭାଗ ଦିଆଯାଇଛି…
ତାଳଚେରରେ ବାପୁ , ଅନୁଗୁଳରେ କିଏ ? ଅନୁଗୁଳ – ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡ଼ିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ ତାଳଚେର ବିଧାୟକ…