ରାଜନୀତି କଂଗ୍ରେସ ଘୋଷଣା କଲା ନଗରପାଳ ପାଇଁ ପ୍ରାର୍ଥୀ Angul OnlineMarch 4, 2022March 4, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପାର୍ଟି ପକ୍ଷରୁ ପୂର୍ବତନ କାଉନସିଲର ତଥା ସମାଜସେବୀ ବଲବୀର ସିଂହଙ୍କୁ ଆସନ୍ତା ପୌର ନିର୍ବାଚନ ପାଇଁ ଅନୁଗୁଳ ନଗରପାଳ ପ୍ରାର୍ଥୀ ରୂପେ ଚୟନ କରାଯାଇଛି । ଶୁକ୍ରବାର ଅନୁଗୁଳ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୁଚନା ଦିଆଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ବିପ୍ଳବ ଜେନାଙ୍କ ସମେତ ଏହି ସମ୍ମିଳନୀରେ ଦଳର ଉପସଭାପତି ତପନ ପ୍ରଧାନ , ଓବିଶି ସେଲ ଅଧ୍ୟକ୍ଷ ଜିତେନ୍ଦ୍ର ସାହୁ ଓ ନଗର କଂଗ୍ରେସ ସଭାପତି ସୁଦୀପ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ପୌର ନିର୍ବାଚନରେ ବଲବୀରଙ୍କ ନେତୃତ୍ୱରେ କଂଗ୍ରେସ ଭଲ ଫଳାଫଳ କରିବ ବୋଲି ଜିଲ୍ଲା ସଭାପତି ବିପ୍ଲବ ଜେନା କହିବା ସହ ଖୁବ ଶୀଘ୍ର କାଉନସିଲର ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରାଯିବ ବୋଲି କହିଛନ୍ତି । Advertisement
ବିଜେଡିର ତାଳଚେର ମୁନିସିପାଲିଟି କମିଟିର ପୁନଃର୍ଗଠନ – ସୁଧୀର ସଭାପତି,ଲଳିତ ସାଧାରଣ ସମ୍ପାଦକ ତାଳଚେର – ବିଜୁ ଯୁବ ଜନତା ଦଳର ସଙ୍ଗଠନକୁ ଅଧିକ କ୍ରୀୟାଶିଳ ଓ ସୁଦୃଢ଼ କରିବା ପାଇଁ ଅନୁଗୁଳ ଜିଲ୍ଲା ତାଳଚେର ମୁନିସିପାଲିଟି କମିଟିର ପୁନଃଗଠନକୁ ବିଜୁ…
ଦିନିକିଆ ତାଳଚେର ଗସ୍ତରେ ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ତାଳଚେର – ଦିନିକିଆ ତାଳଚେର ଗସ୍ତରେ ଆସିଛନ୍ତି ଓଡିଶା ସରକାରଙ୍କର ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ।ଏହି ପରିପ୍ରେକ୍ଷୀରେ ତାଳଚେର ଠାରେ…
ପୁଣି ଜଣେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ କୁଶକିଳା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଦୁର୍ନୀତି ଓ ସରପଞ୍ଚଙ୍କ ମନମୁଖି କାର୍ଯ୍ୟକୁ ନେଇ ଶୁକ୍ରବାର ଅନୁଗୁଳ ଉପଜିଲ୍ଲାପାଳଙ୍କ…