ଅପରାଧମୁଖ୍ୟ ଖବର ଜିଅନ୍ତା ଜାଳିଥିଲା , ନିଜେ ଜିଅନ୍ତା ଜଳି ମଲା – ଜନ୍ମ କଲା ମା ଓ ରକ୍ତ ସମ୍ପର୍କ ଭାଇ ଓ ଭଉଣୀ ଜାଳି ମାରିଦେଲେ Angul OnlineJanuary 13, 2021January 13, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା କଦଳୀମୁଣ୍ଡା ଗାଁରେ ବିଚ ରାସ୍ତାରେ ଯୁବକକୁ ବାନ୍ଧିଦେଲେ ଆଉ ତାପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ । ତା ପୁଣି ନିଜ ପରିବାର ଲୋକ । ମଦ୍ୟପ ପୁଅର ଉତ୍ପାତ ସହି ନପାରି ଏଭଳି ଜଘନ୍ୟ କାଣ୍ଡ ଭିଆଇବାକୁ ପଛାଇ ନଥିଲେ ଜନ୍ମ କଲା ମା , ଭାଇ ଓ ଭଉଣୀ । ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ କଦଳୀମୁଣ୍ଡା ଗାଁରେ ଘଟିଥିଲା ଏକ ଲୋମ ଟାଙ୍କୁରା ଘଟଣା । ଗାଁର ରାଜ କିଶୋର ସାହୁ ଓରଫ ରାଜୁକୁ ଗାଁ ଦାଣ୍ଡରେ ବାନ୍ଧି ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆ ଯାଇଥିଲା । ହୁ ହୁ ହୋଇ ଜଳିବା ସହ ଆର୍ତ୍ତ ଚିତ୍କାର କରୁଥିଲେ ମଧ୍ୟ ରାଜୁକୁ କେହି ଉଦ୍ଧାର କରିବାକୁ ସାହସ କରି ନଥିଲେ । ଆଉ ରାଜୁକୁ ଏଭଳି ଜଘନ୍ୟ ଭାବେ ନିଆଁ ଲଗାଇ ଦେଇଥିଲେ ଖୋଦ ତାଙ୍କ ପରିବାର । ଜନ୍ମ କଲା ମା , ରକ୍ତ ସମ୍ପର୍କ ଭାଇ ଓ ଭଉଣୀ ରାଜୁର ଆଚରଣରେ ଅତିଷ୍ଠ ହୋଇ ଏଭଳି କାଣ୍ଡ ଭିଆଇ ଥିଲେ । ମଦ ପିଇ ରାଜୁ ସବୁଦିନ ଘରେ ଝଗଡା କରିବା ସହ ମାଡ଼ପିଟ କରୁଥିଲା । ଆଉ ଗତକାଲି ମଧ୍ୟ ଏଭଳି ଆଚରଣ କରିବା ସହ ଘରର ଆସବାବପତ୍ର , କବାଟ , ବୋର ୱେଲ ଆଦି ଭଙ୍ଗାରୁଜା କରିଥିଲା । ମା ଓ ଭଉଣୀ ଓ ଭାଉଜକୁ ଅତି ଅସଭ୍ୟ ଭାଷାରେ ଗାଳିଗୁଳଜ ମଧ୍ୟ କରିଥିଲା । ଯାହାକୁ ସହ୍ୟ କରି ପାରି ନଥିଲେ କେହି । ଅତିଷ୍ଠ ହୋଇ ନେଇଥିଲେ ଚରମ ପଦକ୍ଷେପ । ଆଉ ଗାଁ ଦାଣ୍ଡରେ ଏକ ଶାବଳ ପୋତି ସେଥିରେ ରାଜୁକୁ ବାନ୍ଧି ଦେବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଗାଁ ଲୋକ ଉଦ୍ଧାର କରିବାକୁ ଆସିବା ବେଳେ ପରିବାର ଲୋକ ପ୍ରତିରୋଧ ମଧ୍ୟ କରିଥିଲେ । ଶେଷରେ କିଛି ଯୁବକ ସାହାସ ବାନ୍ଧି ରାଜୁ ଦେହରୁ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ରାଜୁକୁ ଉଦ୍ଧାର କରି ଡାକ୍ତରଖାନା ନେବା ବାଟରେ ରାଜୁର ପ୍ରାଣବାୟୁ ଉଡି ଯାଇଥିଲା । ତେବେ ରାଜୁ ଆଗରୁ ମଧ୍ୟ ମଦ ପିଇ ମାଡ଼ପିଟ ଓ ଗାଳି ଗୁଳଜ କରେ । କେବଳ ସେତିକି ନୁହେଁ , ରାଜ୍ୟ ବାହାରେ କୋଇମ୍ବାଟୁରରେ ରହି ରାଜୁ କାମ କରୁଥିବା ବେଳେ ଜଣେ ଯୁବତୀଙ୍କୁ ବିବାହ କରିଥିଲା । ବିବାହର କିଛି ବର୍ଷ ପରେ ସେହି ଯୁବତୀଙ୍କୁ ମଧ୍ୟ କୁଆଡେ ରାଜୁ ଜିଆନ୍ତା ପୋଡି ମାରି ଦେଇଥିଲା । ତାଙ୍କ ସହ କାମ କରୁଥିବା ଜଣେ ସହଯୋଗୀ ଏ କଥା ସୂଚନା ଦେଇଥିଲେ । ଆଉ ସେଠାରୁ ଫେରାର ହୋଇ ଏଠାକୁ ଆସି ଆଉ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ହେଲେ ରାଜୁର ବ୍ୟବହାରରେ ଅତିଷ୍ଠ ହୋଇ ସେ ମଧ୍ୟ ଘର ଛାଡ଼ି ବାପଘରକୁ ଚାଲି ଯାଇଥିଲେ । ହେଲେ ମଧ୍ୟ ରାଜୁର ଆଚରଣରେ ପରିବର୍ତ୍ତନ ହୋଇ ନଥିଲା । ଆଉ ଗତକାଲି ଅତିଷ୍ଠ ହୋଇ ପରିବାର ଲୋକ ନେଇଥିଲେ ଚରମ ନିଷ୍ପତ୍ତି । ସେପଟେ ପୋଲିସ ମୃତଦେହକୁ ବ୍ୟବଛେଦ କରି ଘଟଣାର ତଦନ୍ତ କରିଥିଲା । ଆଉ ହତ୍ୟା ଅଭିଯୋଗରେ ରାଜୁର ମା ବାସନ୍ତୀ ପ୍ରଧାନ , ଭାଇ ସୁବାସ ପ୍ରଧାନ ଓ ଭଉଣୀ ମଞ୍ଜୁକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ମୋବାଇଲ ଚୋରକୁ ନିର୍ଘାତ ମାଡ ଅନୁଗୁଳ – ଅନୁଗୁଳ ସରକାରୀ ଡାକ୍ତରଖାନାରେ ମାତିଛନ୍ତି ଲୁଟେରା । ସୁଯୋଗ ଦେଖି ରୋଗୀ ତଥା ସମ୍ପର୍କୀୟଙ୍କ ମୋବାଇଲ, ମନୀପର୍ସ ଆଦି ମୂଲ୍ୟବାନ ସାମଗ୍ରୀ ଲୁଟି ନେଉଛନ୍ତି…
ବ୍ରାଉନସୁଗାର ସହ ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ – ୪ ଅଟକ ଅନୁଗୁଳ – ୧୦ ଗ୍ରାମ ବ୍ରାଉନ ସୁଗାର ସହ ୩୦ ଲକ୍ଷ ରୁ ଅଧିକ ଟଙ୍କା ଜବତ । ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ରାଜ…
ଚାରି ଗଣ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୋଳ – ଅନୁଗୋଳ ଜିଲ୍ଲାର ବହୁ ଚର୍ଚ୍ଚିତ ଗଣ ଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରଦଣ୍ଡାଦେଶ । କାରାଦଣ୍ଡାଦେଶ ଦେଲେ ଅନୁଗୁଳ ଫାଷ୍ଟ…