ସମସ୍ୟା ଗରା ବାଲଟି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ Angul OnlineApril 13, 2022April 13, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ସ୍ଥାନରେ ଜଳ ସଙ୍କଟ ଦେଖା ଗଲାଣି । ପିଇବା ପାଣି ଟିକିଏ ପାଇବା ପାଇଁ ଅନେକ ଗାଁର ଲୋକ ଦହଗଞ୍ଜ ହେବା ଦେଖିବାକୁ ମିଳିଲାଣି । ଅନୁଗୁଳ ଜିଲ୍ଲା କୁଇଓ ଗାଁରେ ଏବେ ପାନୀଯ ଜଳ ସମସ୍ୟା ସବୁବର୍ଷ ପରି ଉତ୍କଟ ହେଲାଣି । ପାନୀୟ ଜଳ ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ସ୍ଥାନୀୟ ଏହି ବଅଁରପାଳ ବ୍ଲକ ଅନ୍ତର୍ଗତ ଜାମୁନାଳୀ ପଞ୍ଚାୟତର କୁଈଓ ଜଙ୍ଗଲ ମୌଜା ଏବଂ କୁଈଓ ଗ୍ରାମବାସୀ । ସେମାନଙ୍କ କହିବାନୁସାରେ, ପ୍ରଶାସନ ପକ୍ଷରୁ ଏବେ ଯାଏଁ ଗାଁକୁ ପିଇବା ପାଣି ଯୋଗାଇଦେବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଭରତପୁର ଏମ୍ସିଏଲ୍ ପ୍ରତି ବର୍ଷ ମାର୍ଚ୍ଚ ଠାରୁ ମେ ମାସ ଯାଏଁ ତାଙ୍କ ଗାଁକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଥାଏ । କିନ୍ତୁ ଏବେ ଖରା ଦିନ ହୋଇଥିଲେ ବି ଭରତପୁର ଏମ୍ସିଏଲ୍ ପକ୍ଷରୁ ପାନୀୟ ଜଳ ଯୋଗାଯାଇନାହିଁ । ଫଳରେ ଗ୍ରୀଷ୍ମର ପ୍ରବାହରେ ସେମାନେ ପିଇବାକୁ ଭଲ ପାଣି ମୁନ୍ଦେ ପାଉନାହାନ୍ତି । ଏ ନେଇ ପୂର୍ବରୁ ଜିଲ୍ଲାପାଳ ଏବଂ ଭରତପୁର ଏମ୍ସିଏଲ୍ର ବରିଷ୍ଠ ଅଧିକାରୀଙ୍କୁ ଦରଖାସ୍ତ ମାଧ୍ୟମରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏଣୁ ବାଧ୍ୟ ହୋଇ ଆଜି ଗାଁ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ । Advertisement
ସଂପୂର୍ଣ୍ଣ ବନ୍ଦ ହେଲା ଟିଟିପିଏସ – ନୂଆ ୟୁନିଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ତାଳଚେର – ଯେଉଁଠାରୁ ରାଜ୍ୟ ତଥା ରାଜ୍ୟ ସାରା ବିଦ୍ୟୁତ ସଞ୍ଚରି ଯାଉଥିଲା ସେହିଠାରୁ ଆଜି ବିଦ୍ୟୁତ ଉତ୍ପାଦନ ଠପ ହୋଇ ଯାଇଛି । ମାର୍ଚ୍ଚ ୩୧…
ଆଳୁ ପାଇଁ ଯୋଗାଣ କାର୍ଯ୍ୟାଳୟ ଘେରିଲା କଂଗ୍ରେସ ଅନୁଗୁଳ – ସାରା ରାଜ୍ୟରେ ଆଳୁ ଦର ଚିନ୍ତାଜନକ ଥିବା ବେଳେ ଅନୁଗୁଳ ଜିଲ୍ଲାର ମଧ୍ୟ ଆଳୁ ଦର ୪୦ ଟଙ୍କା ଉପରେ ରହିଛି । ଏଥିପାଇଁ…
ପ୍ରଶାସନକୁ ହ୍ବିଲ ଚେୟାର ସହାୟତା ମାଗିଲେ ରାଜ୍ୟ ସ୍ତରୀୟ କ୍ରିକେଟ ଖେଳାଳି ଅନୁଗୁଳ – ଭିନ୍ନକ୍ଷମ କ୍ରିକେଟ ଖେଳାଳି । ରାଜ୍ୟ ପାଇଁ ଖେଳି ବେଶ ସୁନାମ ଅର୍ଜନ କରିଛନ୍ତି । ହେଲେ ପ୍ରଶାସନିକ ଅବହେଳା ପାଇଁ ହଇରାଣ ହେଉଛନ୍ତି…