ସ୍ୱାସ୍ଥ୍ୟ ମୁଖ୍ୟ ଚିକିତ୍ସାଳୟ ଅଚାନକ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସପି Angul OnlineApril 18, 2022April 18, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସ୍ପି ଜଗମୋହନ ମୀନା । ଉଭୟ ଆଜି (ସୋମବାର) ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିବା ସହ ରୋଗୀଙ୍କୁ ଠିକ୍ ଭାବେ ସମସ୍ତ ଚିକିତ୍ସା ସୁବିଧା ମିଳୁଛି କି ନାହିଁ ସେ ନେଇ ରୋଗୀ ଓ ସମ୍ପର୍କୀୟଙ୍କୁ ପଚାରି ବୁଝିଥିଲେ । ଜିଲ୍ଲାପାଳ ଓ ଏସ୍ପି କୋଭିଡ୍ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଏବଂ ବିଏସ୍କେଓ୍ଵାଇ ସେବା ରୋଗୀଙ୍କୁ ଠିକ୍ ଭାବେ ମିଳୁଛି କି ନାହିଁ ସେ ନେଇ ବୁଝିଥିଲେ । ଏଥିସହ ମେଡିସିନ୍ ଓ ଏକ୍ସପାୟାରୀ ରେଜିଷ୍ଟରର ସମୀକ୍ଷା ଏବଂ ନିୟମିତ ବ୍ୟବଧାନରେ ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହସ୍ପିଟାଲରେ ଭିନ୍ନକ୍ଷମମାନଙ୍କୁ ଯେମିତି ଠିକ୍ ଚିକିତ୍ସା ମିଳିବ, ସେଥିପାଇଁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ହସ୍ପିଟାଲରେ ରେଜିଷ୍ଟ୍ରେସନ୍ କାଉଣ୍ଟର ସଂଖ୍ୟା ବଢ଼ାଇବା ପାଇଁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ଗହଳିକୁ ନିୟନ୍ତ୍ରଣ କରି ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିସହ ସହାୟକ ଡେସ୍କକୁ ଠିକ୍ ଭାବେ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆଜିର ଗସ୍ତ ଅବସରରେ ଜିଲ୍ଲାପାଳ ଓପିଡିର ନୂଆ ନିର୍ମାଣଧୀନ ବିଲ୍ଡିଂର ନିର୍ମାଣ କାମର ମଧ୍ୟ ସମୀକ୍ଷା କରିଥିଲେ । Advertisement
ଜିଲ୍ଲାରେ ଡରାଇଲାଣି ଜେଇ – ସ୍ୱାସ୍ଥ୍ୟ ବିଭାଗର ତନାଘନା ଅନୁଗୁଳ – (ଅନୁଗୁଳ ଅନଲାଇନ)- ଓଡ଼ିଶାରେ ପୁଣି ଜାପାନିଜ୍ ଏନ୍ସେଫାଲିଟିସ୍ (ଜେଇ) ଆତଙ୍କ ଦେଖା ଦେଇଛି । ଏହି ଜେଇ ରୋଗ ରେ ଅନୁଗୁଳ ଜିଲ୍ଲାରୁ ୪…
ପ୍ରଥମେ ଡିଇସି ବଟିକା ଖାଇଲେ ଜିଲ୍ଲାପାଳ – ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କଲେ ଉଦଘାଟନ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ ଗୃହରେ ଚଳିତ ମାସ୨୫ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ବାତଜ୍ୱର ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ…
ମେଡିକାଲ କଲେଜ କାର୍ଯ୍ୟକ୍ଷମ ପାଇଁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭୁବନେଶ୍ବର – ଅନୁଗୁଳ ଜିଲ୍ଲା ତାଳଚେରଠାରେ ମହାନଦୀ କୋଳ ଫିଲ୍ଡ ଦ୍ଵାରା ପରିଚାଳିତ ହେବାକୁ ଥିବା ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ…