ଆଞ୍ଚଳିକ ଉତ୍କଳ ଡି କୋଲ ବ୍ଲକ୍ ନିମନ୍ତେ ଗ୍ରାମବାସୀଙ୍କ ସହ ତ୍ରିପାକ୍ଷିକ ବୈଠକ Angul OnlineApril 22, 2022April 22, 2022 ଅନୁଗୁଳ – ନାଲ୍କୋର ଉତ୍କଳ ଡି କୋଲ ବ୍ଲକ୍ ପାଇଁ ଛେଣ୍ଡିପଦାର ରାଇଝରଣ ଗ୍ରାମବାସୀଙ୍କୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ଏକ ତ୍ରିପାକ୍ଷିକ ବୈଠକ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ବଇତୁରା ଦିପ୍ ଙ୍କ ଅଧ୍ୟକ୍ଷତାରେ ଆଜି(ଶୁକ୍ରବାର) ପୂର୍ବାହ୍ନରେ ତାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଇଝରଣ ଗ୍ରାମର ଜମିହରା ପ୍ରଜାମାନଙ୍କର ଥଇଥାନ ଓ ବିସ୍ଥାପନ ସମ୍ପର୍କରେ ଗ୍ରାମବାସୀମାନଙ୍କ ସହ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ଥଇଥାନ ଓ ବିସ୍ଥାପନ ନୀତି ଅନୁଯାୟୀ ଗ୍ରାମବାସୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରକାଶ କରିଥିଲେ । ଗ୍ରାମବାସୀଙ୍କର ଦାବୀ ମୁତାବକ ଜମିର ମୁଲ୍ୟ ବର୍ଦ୍ଧିତ ଦରରେ ପ୍ରଦାନ କରିବା ସହ ନିଯୁକ୍ତି ନିମନ୍ତେ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପରେ ଝିଣ୍ଟିପାଳ ଗ୍ରାମର ଗ୍ରାମବାସୀ , ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟା ଓ ରାଧିକାପୁର ପଶ୍ଚିମ କୋଇଲା ବ୍ଳକର କର୍ତ୍ତୃପକ୍ଷକ ସହ SIA study କୁ ନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୂ – ଅର୍ଜନ ଅଧିକାରୀ ( ସାଧାରଣ ) ଇଷାନି ପଣ୍ଡା , ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା , ନାଲ୍କୋ କମ୍ପାନୀ କର୍ତ୍ତୁପକ୍ଷ , ଉତ୍କଳ ଡିର କର୍ତ୍ତୃପକ୍ଷ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । Advertisement
ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଖୁସି ମନାଇଲେ କର୍ମୀ ଅନୁଗୁଳ – ଭାରତ ବର୍ଷର ଅପ୍ରତିଦ୍ବନ୍ଦି ନେତା ତଥା ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପ୍ରିୟ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିନ ଆଜି ଅନୁଗୁଳର ବିଭିନ୍ନ ସ୍ଥାନରେ ପାଳନ…
ଅନୁଗୁଳରେ ‘ମ୍ୟାନେଜମେଣ୍ଟ୍ ଶିକ୍ଷା କେନ୍ଦ୍ର’ର ଶୁଭାରମ୍ଭ ଅନୁଗୁଳ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଅନୁଗୁଳ ଜିଲ୍ଲାର ନାଲକୋ ନଗରରେ ଆଇଆଇଏମ ମୁମ୍ବାଇ ଓ ଆଇଆଇଏମ…
୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ବିଲ ପ୍ରଦର୍ଶନ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଦାବୀପତ୍ର ଅନୁଗୋଳ – ଅନୁଗୋଳ ଜିଲ୍ଲା ୬୬୨ ବର୍ଗ (+୨ ଓ +୩) ମହାବିଦ୍ୟାଳୟ ସଂଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ…