ଆଞ୍ଚଳିକଭଲ ଖବରମୁଖ୍ୟ ଖବର ଆରମ୍ଭ ହେଲା ଟିକାକରଣ କାର୍ଯ୍ୟକ୍ରମ Angul OnlineJanuary 16, 2021January 16, 2021 ଅନୁଗୁଳ – ସମସ୍ତ ଧୈର୍ଯ୍ୟ ଓ ଅପେକ୍ଷା ର ଅବସାନ ଘଟିଛି । ବିଶ୍ୱ କରୋନା ମହାମାରୀ କବଳରୁ ମୁକ୍ତ ହେବାକୁ ଯାଉଛି।ଆଜି ସାରା ଭାରତରେ କରୋନାର ପଥମ ପର୍ଯ୍ୟାୟ ଟୀକା କରଣ କରାଯାଉଛି । ଅନୁଗୁଳ ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ଟିକାକରଣ କାର୍ଯ୍ୟକ୍ରମ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ନାଇଆ ବେହେରା ଫିତା କାଟି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଚିକିତ୍ସାଳୟର ଶିଶୁ ରୋଗ ବିଶେଷଜ୍ଞ ନନ୍ଦ କିଶୋର ସାହୁ ପ୍ରଥମ ଟୀକା ନେଇଥିଲେ । ଆଜି ଜିଲ୍ଲାର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭଳି ଦୁଇଟି ସ୍ଥାନରେ ଟୀକାକରଣ କାର୍ଯ୍ୟକ୍ରମ କରା ଯାଉଛି । ପ୍ରଥମ ଦିନରେ ଉଭୟ ସ୍ଥାନରେ ୧୦୦ ଲେଖାଏଁ ଟୀକା ଦିଆ ଯିବା ପାଇ ବନ୍ଦୋବସ୍ତ କରା ଯାଇଛି । ଜିଲ୍ଲାର ୭୩୨୬ ଜଣ ଏହି କରୋନା ଟୀକା ନେବା ପାଇଁ ରେଜିଷ୍ଟ୍ରେଶନ କରିଛନ୍ତି । ଏହି ଟୀକାକରଣ କାର୍ଯ୍ୟକ୍ରମରେ ଜଣିଆ ଭେକସିନେଶ ଟିମ ସହ ୨୦୧ ଜଣ ଭେକସିନେଟର ନିୟୋଜିତ ହୋଇଛନ୍ତି । https://youtu.be/Gold5O3sfNo Advertisement
ଟ୍ରକ ଧକ୍କାରେ ସ୍ଵାମୀ ମୃତ ସ୍ତ୍ରୀ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ମୋଟରସାଇକେଲ ଉପରେ ଏକ ଟ୍ରକ୍ ଚଢି ଯିବାରୁ ଘଟଣା…
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ନିଆ ଯାଉଥିବା ମହିଳା ସଶକ୍ତୀକରଣ ଉପକ୍ରମକୁ ଜିଲ୍ଲାପାଳଙ୍କ ପ୍ରଶଂସା ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟରତ…
ଆଦି ଶଙ୍କରାଚାର୍ଯ୍ୟ ପ୍ରାକଟ୍ୟ ଦିବସ ପାଳିତ ଅନୁଗୁଳ – ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ଆନୁକୂଲ୍ୟରେ ଶୈଳ ଶ୍ରୀକ୍ଷେତ୍ର ସଦଭାବାନା ଭବନଠାର ଶିବାବତାର ଭଗବତ୍ପାଦ ଜଗଦଗୁରୁ ଶ୍ରୀମଦ୍ ଆଦି…