ମୁଖ୍ୟ ଖବର ଅଧିଆ ପଡିଥିବା ନାବାଳକ ମୃତ Angul OnlineMay 22, 2022May 22, 2022 ଅନୁଗୁଳ – ଠାକୁରଙ୍କ ପାଖରେ ଅଧିଆ ପଡିଥିବା ବେଳେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ବନ୍ତଳା ଥାନା ପୋକତୁଙ୍ଗା କୃଷ୍ଣଗୁରୁ ମନ୍ଦିରରେ । ମୃତ ନାବାଳକ ତାଳଚେର ଡଅଁରା ଗାଁର ବଗା ସାହୁଙ୍କ ଅଷ୍ଟମ ଶ୍ରେଣୀର ଛାତ୍ର ଶିବୁ ସାହୁ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଶିବୁ କ୍ରିକେଟ ଖେଳୁଥିବା ବେଳେ ତାଙ୍କ ପେଟରେ ବଲ ବାଜିଥିଲା । ପେଟରେ ଯନ୍ତ୍ରଣା ହେବା ସହ ସେହି ସ୍ଥାନ ଫୁଲି ରହିଥିଲା । ଶିବୁଙ୍କ ପରିବାର କଟକ ନେଇ ତାଙ୍କ ଚିକିତ୍ସା କରିଥିଲେ । ତେବେ କୌଣସି ସୁଫଳ ମିଳି ନଥିଲା । ଏଣୁ ସେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମନ୍ଦିରରେ ଅଧିଆ ପଡ଼ିଥିଲେ । ଆଜି ଅପରାହ୍ନରେ ସେ ଅଧିଆ ପଡିଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଭୟରେ ପରିବାର ଲୋକ ତରବରିଆ ଭାବରେ ତାଙ୍କର ଶବ ସତ୍କାର କରି ଦେଇଥିବା ଜଣା ପଡ଼ିଛି । Advertisement
ଛାତ୍ରୀଙ୍କୁ ଅସଦାଚରଣ କଲେ ଶିକ୍ଷକ – ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ ଛେଣ୍ଡିପଦା – ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ। ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡା ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି ।…
ବ୍ରାଉନସୁଗାର ଜବତ – ବେପାରୀ ବାପି ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ପୁଣି ଏକ ବଡ ସଫଳତା । ଅନେକ ଦିନ ହେଲା ଟ୍ରାକରେ ଥିବା ବ୍ରାଉନସୁଗାର ବେପାରୀ ଶିବାନନ୍ଦ ସାହୁ@ବାପିକୁ ଧରିବାରେ…
ଟ୍ରକ ଚାପାରେ ମା ମୃତ , ଝିଅ ଗୁରୁତର ତାଳଚେର – ଝିଅକୁ ସ୍କୁଲ ନେଇ ଯିବା ବେଳେ ଘଟିଲା ଦୁର୍ଘଟଣା । ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ବୋଇ କଟକ ସ୍ଥାନାନ୍ତରିତ…