ମୁଖ୍ୟ ଖବର ଆଇ କାର୍ଡ ମାଗିଲେ ଲୋକେ – ହଟହଟା ହେଲେ ଟାକ୍ସ କର୍ମଚାରୀ Angul OnlineMay 26, 2022May 26, 2022 ଅନୁଗୁଳ – ଆଇ କାର୍ଡ ନଥିବାରୁ ହଟହଟା ହେଲେ ଟାକ୍ସ କର୍ମଚାରୀ । ଗାଡି ଅଟକାଇ ଫାଇନ କାଟିବା ବେଳେ ଲୋକ ଆଇ କାର୍ଡ ମାଗିଲେ ଆଉ ଆଇକାର୍ଡ ଦେଖେଇ ନପାରିବାରୁ ବାଧ୍ୟ କର୍ମଚାରୀ ମାନଙ୍କୁ ଫେରି ଆସିବାକୁ ପଡିଲା । ସୂଚନା ଅନୁସାରେ ଆଜି ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲା ନିକଟରେ ଜାତୀୟ ରାଜପଥ -୫୫ ଉପରେ ସିଟି ଏବଂ ଜିଏସଟି ଏନଫୋର୍ସମେଣ୍ଟ କର୍ମଚାରୀ ମାନେ ବିଭିନ୍ନ ମାଲବୁହା ଗାଡି ଅଟକାଇ ଜିନିଷର କାଗଜପତ୍ର ଯାଞ୍ଚ କରୁଥିଲେ । ଯେଉଁମାନଙ୍କର ଜିଏସଟି କିମ୍ବା ଅନ୍ୟାନ୍ୟ କାଗଜପତ୍ର ନଥିଲା ସେମାନଙ୍କ ଠାରୁ ଜୋରିମାନା ଆଦାୟ କରୁଥିଲେ । ଜଣେ ଗାଡିର କର୍ମଚାରୀ କାଗଜପତ୍ର ଅଛି ଭୁଲ ବଶତଃ ଛାଡି ଆସିଛି କହିବା ସତ୍ୱେ ତାଙ୍କୁ ସମୟ ନଦେଇ ତାଙ୍କଠାରୁ ମଧ୍ୟ ଜୋରିମାନା ଆଦାୟ କରିଥିଲେ । ତେବେ ଏହି ଜାଞ୍ଚ ବେଳେ ହଠାତ ଜଣେ ବ୍ୟବସାୟୀ ଅପଣ ମାନେ କିଏ ଏବଂ ତାର ପ୍ରମାଣ କଣ ବୋଲି ପଚାରିଥିଲେ । ସେଠାରେ ଜାଞ୍ଚ କରୁଥିବା ୩ ଜଣ କର୍ମଚାରୀଙ୍କୁ ଆଇକାର୍ଡ କିମ୍ବା କୌଣସି ପ୍ରମାଣ ଦେଖାଇବାକୁ କହିଥିଲେ । ହେଲେ କର୍ମଚାରିମାନେ ଆଇକାର୍ଡ ଆଣି ନାହାନ୍ତି ବୋଲି କହିଥଲେ । ଅଫିସରେ ଅଛି ମଗେଇ ଦେଖାଇ ପାରିବେ ବୋଲି କର୍ମଚାରୀ କହିଥିଲେ । ହେଲେ ସେତେବେଳକୁ ଲୋକ ରୁଣ୍ଡ ହୋଇସାରିଥିବା ବେଳେ ବ୍ୟବସାୟୀ ପାଖରେ କାଗଜପତ୍ର ଅଛି ଆଣିବାକୁ କହିଲେ ଆପଣ ଅନୁମତି ନଦେଇ ଜୋରିମାନା କରୁଛନ୍ତି ଆପଣଙ୍କୁ କାହିଁକି ସମୟ ଦିଆଯିବ ବୋଲି ଲୋକ ଓଲଟା ପ୍ରଶ୍ନ କରିଥିଲେ । ପରିସ୍ଥିତି ସାମାନ୍ୟ ବିଗୁଡୁଥିବା ଦେଖି ତିନି କର୍ମଚାରୀ ଘଟଣା ସ୍ଥଳରୁ ପଳାଇଯିବା ବୁଦ୍ଧିମାନର କାମ ଚିନ୍ତା କରି ସେଠାରୁ ଖସି ଆସିଥିଲେ । ଏହି ଘଟଣା ଆଜି ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । Advertisement
ଭୋଜି ଖାଇ ଫେରୁଥିବା ବେଳେ ଟ୍ରକ ଧକ୍କାରେ ଅବସରପ୍ରାପ୍ତ ସେନା କର୍ମଚାରୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଚନ୍ଦ୍ରବାହାଳ ଠାରେ ଏକ ଟ୍ରକ ଧକ୍କାରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ…
ନାବାଳିକା ଦୁଷ୍କର୍ମକାରିକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ,ବାପ ମା କୁ ୫ ବର୍ଷ ଜେଲଦଣ୍ଡ ଅନୁଗୁଳ – ଅନୁଗୁଳ ମାନ୍ୟବର ଫାଷ୍ଟ ଟ୍ରାକ କୋର୍ଟ ଜଜ ଜଣେ ନାବାଳିକା ଦୁଷ୍କର୍ମ କାରିକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ଏହି ଘଟଣା ରେ…
ନକଲି ଓକିଲ ଥାନାରେ ଅଟକ ଅନୁଗୁଳ – ଅନୁଗୁଳ ସବ ରେଜଷ୍ଟ୍ରି ଅଫିସରୁ ନକଲି ଓକିଲ ଠାବ କରି ପୁଲିସର ଜିମା ଦେଲେ ଓକିଲ ସଂଘ ସଭାପତି ଦିଲ୍ଲୀପ ସାହୁ । ସୂଚନା…